ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟାରେ କେତେଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ହୋଇଥିବା ବ୍ୟବସାୟୀଙ୍କ ନାଁ ସୁନୀଲ ସାହୁ।

ଏହି ସମ୍ପର୍କରେ ସୁନିଲଙ୍କ ବଡଭାଇ ମଧୁସୂଦନ ସାହୁ ନବରଙ୍ଗପୁର ଟାଉନ ଥାନାରେ ଏକ ଅଭିଯୋଗ ଦେଇଛନ୍ତି।

ସୁନୀଲ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଙ୍ଗାରଭେଜା ଗ୍ରାମର। ସେ କିଛି ବର୍ଷ ହେବ ନବରଙ୍ଗପୁରଠାରେ ରୋକିଶାନ ନାମକ ଏକ ହୋଟେଲ ଓ ଲଜ୍ ବ୍ୟବସାୟ କରି ରହି ଆସୁଛନ୍ତି। ଏହା ବ୍ୟତୀତ ସେ ସିମେଣ୍ଟ ଓ ରଡ ଆଦି ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କ ନିଜ ଗ୍ରାମ ଦଙ୍ଗାରଭେଜାଠାରେ ମଧ୍ୟ ତାଙ୍କର ବିଭିନ୍ନ ବ୍ୟବସାୟ ରହିଛି।

ସେ ପ୍ରତିଦିନ ନବରଙ୍ଗପୁର ରୁ ଦଙ୍ଗାରଭେଜା ଯିବା ଆସିବା କରିଥାନ୍ତି। ସେ ଗୁରୁବାର ଦିନ ମଧ୍ୟାହ୍ନରେ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କରି ଦଙ୍ଗାରଭେଜା ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠରେ କାମ ସାରି ଘରକୁ ଫେରୁ ଥିଲେ।

ନନ୍ଦାହାଣ୍ଡି ବ୍ଲକର ଖୁଣ୍ଟିଆ – ସିନ୍ଧିଗୁଡା ନିକଟରୁ ତାଙ୍କୁ ଦୁର୍ବୃତ୍ତମ।ନେ ଅପହରଣ କରିଥିବା ଅନୁମାନ କରାଯାଉଛି।  କିଛି ଲୋକ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ପାଇ ନ ଥିଲେ।

ସେଠାରୁ ଫେରି ତାଙ୍କ ବଡ଼ ଭାଇ ମଧୁସୂଦନ ସାହୁ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଛନ୍ତି, “ଦଙ୍ଗାରଭେଜାରୁ ସୁନୀଲ ଘରକୁ ଫେରୁଥିବା ସମୟରେ ନନ୍ଦାହାଣ୍ଡି ଛକରୁ ସିନ୍ଧିଗୁଡା ମଧ୍ୟରେ ଅପହରଣ କରାଯାଇଥିବା ବିଭିନ୍ନ ମହଲରୁ ଶୁଣିବାକୁ ପାଇଲୁ। ସୁନିଲଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିବାରୁ ତାହା ବନ୍ଦ ରହିଛି।”

ଏହି ଏତଲାକୁ ଭିତ୍ତି କରି ନବରଙ୍ଗପୁର ଟାଉନ ପୋଲିସ ମାମଲା ନମ୍ବର ୨୨୧/୧୮  ରୁଜୁ କରି  ତଦନ୍ତ ଆରମ୍ଭ କରିଥିବା ନବରଙ୍ଗପୁର ଥାନା ଅଧିକାରୀ ଭୀମସେନ ନାୟକଙ୍କ ପକ୍ଷରୁ ସୂଚନା ମିଳିଛି।

Comment