ଓଡ଼ିଶାଲାଇଭ ବ୍ୟୁରୋ

ମଧ୍ୟ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣିଥରେ ଲଘୁଚାପ ସୃଷ୍ଟି ହୋଇଛି। ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଘୂର୍ଣ୍ଣିବଳୟର ରୂପ ନେବ। ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହେବା ସହ ଡିପ୍‌ ଡିପ୍ରେସନ୍‌ର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

ଏବେ ଏହା ଆଣ୍ଡାମାନଠାରୁ ୨୦ କିମି ଏବଂ ଚେନ୍ନାଇଠାରୁ ୧୩୨୦ କିମି ଦୂରରେ ରହିଛି। ଏହାଛଡ଼ା ୭୨ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ – ଆନ୍ଦ୍ରା ମଧ୍ୟରେ ଉପକୂଳ ଛୁଇଁବ। ହେଲେ ଏହି ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପାଣିପାଗ ବିଭାଗ।

ଏହାଛଡ଼ା ଏହା ଏକ ଘୂର୍ଣ୍ଣିଝଡ଼ ଭାବେ ନଭେମ୍ବର ୧୫ ବେଳକୁ ତାମିଲନାଡ଼ୁ ଉପକୂଳ ସ୍ପର୍ଶ କରିବ ବୋଲି କୁହାଯାଇଛି। ଏହାଛଡ଼ା ଏହି ଘୂର୍ଣ୍ଣିବଳୟ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ନଭେମ୍ବର ୧୩ ତାରିଖ ସୁଦ୍ଧା ଡିପ୍‌ ଡିପ୍ରେସନର ରୂପ ନେବ ଏବଂ ପରେ ତାହା ଦୂର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପାଣିପାଗ ବିଭାଗ।

ଏହି ସମୟରେ ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାରେ ନଭେମ୍ବର ୧୨-୧୫ ତାରିଖ ମଧ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସାଙ୍ଗକୁ ପବନ ବହିବ। ଉତ୍ତର ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ପ୍ରଦୂଷଣ ହେତୁ ଓଡ଼ିଶାରେ ପାଗ କୁହୁଡ଼ିଆ ରହୁଛି।

ଏହାଛଡ଼ା ଏହି ଘୂର୍ଣ୍ଣିଝଡ଼ ଫଳରେ ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ସତର୍କ ସୂଚନା ଜାରି କରିବା ସହ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି।

LEAVE A REPLY

Please enter your comment!
Please enter your name here