ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରର ଆଣ୍ଡାମାନ ନିକୋବର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଘନୀଭୂତ ହେଉଛି। ଏହା ନଭେମ୍ବର ୩୦ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରେ ଉତ୍ତରପଶ୍ଚିମ ଆଡ଼କୁ ଯାଇ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପଟି ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ବାତ୍ୟାରେ ପରିଣତ ହେଲେ ଏହାର ରୂପରେଖ କ’ଣ ରହିବ, ସେ ନେଇ ଏ ଯାଏଁ କୌଣସି ଆକଳନ କରାଯାଇ ନାହିଁ। ଅବପାତରେ ପରିଣତ ହେବାପରେ ବାତ୍ୟା ବାବଦରେ ସଠିକ ସୂଚନା ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ବୁଧବାରଠାରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ ଥଣ୍ଡା ଧୀରେ ଧୀରେ ବଢ଼ିବ।

ମଙ୍ଗଳବାର କୋରାପୁଟରେ ୧୧.୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୨.୩ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ରାଉରକେଲାରେ ୧୩.୯ ଡିଗ୍ରୀ, ଫୁଲବାଣୀରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।    

Tags: #LowPressure #Cyclone #BayofBengal #Rain #MCBBSR #Odisha

LEAVE A REPLY

Please enter your comment!
Please enter your name here