ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସୋମବାର ସକାଳ ୭ଟାରୁ ଭୋଟରମାନେ ବୁଥ୍ ଆଗରେ ଧାଡ଼ି ଲଗାଇଛନ୍ତି।

ସୋମବାର ୯୦ଟି ଆସନ ମଧ୍ୟରୁ ୧୮ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି।

ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏଥିସହ ଭୋଟ୍‌ ଗ୍ରହଣ ହେଉଥିବା ଜିଲ୍ଲା ଗୁଡ଼ିକରେ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯାଇଛି। କେତେକ ଅଞ୍ଚଳ ପାଇଁ ୧୨ଟି ହେଲିକପ୍ଟର ରଖାଯାଇଛି।

ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ମୋଟ ୭୨ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ।

Comment