ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ କୁଆମରା ଛକ ନିକଟରେ ବୁଧବାର ସକାଳେ ବସ୍‌ ଓ ଟ୍ରକ୍ ମୁହାଁମୁହାଁ ଧକ୍କା ହୋଇଛି। ଏହି ଦୁର୍ଘଟଣା ଫଳରେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ର ନାମ ‘ଜୁଗୁନ୍’ ବୋଲି ଜଣାପଡ଼ିଛି। ବସ୍‌ଟି ଧାମରାରୁ କଟକ ଅଭିମୁଖେ ଯାତ୍ରା କରୁଥିଲା। ହେଲେ କୁଆମରା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଚିପ୍ସ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଯାଇଥିଲା।

ପୋଲିସ କହିବାନୁସାରେ, ଅତ୍ୟଧିକ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣା ପରେ ଟ୍ରକ୍‌ଟି ପୂରା ଓଲଟି ପଡ଼ିଥିଲା।

Comment