ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ବିଶ୍ୱକପ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ଗୁରୁବାର ୯ ନମ୍ବର ଗେଟ୍ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବାର ଥିଲା। ହେଲେ ଟିକେଟ୍‌ ବିକ୍ରି ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ କିଛି ଉତ୍ତ୍ୟକ୍ତ ଲୋକ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା ମଧ୍ୟ କରିଥିଲେ।

ବିଶ୍ୱକପ୍‌ ହକି ଉଦଘାଟନୀ ଉତ୍ସବର ଟିକେଟ୍‌ ବିକ୍ରି ୧୫ ତାରିଖରୁ ହେବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଆଉ ଟିକେଟ୍‌ର ଦାମ ୫ ଶହ ଟଙ୍କା ରହିବ ବୋଲି କୁହାଯାଇଥିଲା। ସେଥିପାଇଁ ବୁଧବାର ରାତିରୁ ହଜାର ହଜାର ହକି ପ୍ରେମୀ ଟିକେଟ୍‌ ପାଇଁ କାଉଣ୍ଟର ସାମ୍ନାରେ ଲାଇନ୍‌ ଲଗାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେହି ସ୍ଥାନରେ ଭିଡ଼ ଲଗାଇଥିଲେ। ହେଲେ ଟିକେଟ୍ ନ ପାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକେ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବାରିକେଡ୍ ଭଙ୍ଗାରୁଜା କରିଥିଲେ।

Comment