ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ର ସୁକୁମା ଜିଲ୍ଲା ଦୋର୍ଣ୍ଣାପଲ ଥାନା ଅନ୍ତର୍ଗତ ମସମାଠାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ରାସ୍ତାକାମ ରେ ନିୟୋଜିତ ଏକ ଠିକାଦାରଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ଏହି ରାସ୍ତା ନିର୍ମାଣପାଇଁ ଏହି ଠିକାଦାର ନିୟୋଜିତ ହୋଇଥିଲେ।

ମାଓବାଦୀମାନେ ପ୍ରଥମେ ଠିକାଦାରଙ୍କୁ ଅପହରଣ କରିବା ପରେ ସଡ଼କ ନିର୍ମାଣରେ ବ୍ୟବହୃତ ଯାନବାହନକୁ ପୋଡ଼ି ଦେଇଥିଲେ। ପରିଶେଷରେ ମାଓବାଦୀମାନେ ଉକ୍ତ ଠିକାଦାରଙ୍କୁ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲେ।

Comment