ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳର ପ୍ରାକ୍ତନ ଉପସଭାପତି, ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଗଢ଼ିଲେ ନିଜ ନୂଆ ଦଳ। ଔପଚାରିକ ଭାବେ ସେ ନିଜ ନୂଆ ଦଳର ନାଁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଦଳର ନାମ ରହିଛି ‘ବିଜୁ ସମତାକ୍ରାନ୍ତି ଦଳ’।

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ପୂର୍ବତନ ବିଧାୟକ ଯଜ୍ଞେସ୍ୱର ବାବୁ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କୁ ଦଳରୁ ବହିଷ୍କାର କରିଥିଲେ। ମନ୍ତ୍ରୀ ପଦରୁ ୨୦୧୭ ଡିସେମ୍ବର ୨୨ରୁ ସେ ବିତାଡ଼ିତ ହୋଇଥିଲେ। ତେବେ ମାତ୍ର ତିନି ମାସ ମଧ୍ୟରେ ଏକ ନୂଆ ଦଳ ଗଠନ କରିବାର ସାହସ ପ୍ରଦର୍ଶନ କରିଛନ୍ତି ଦାମ ରାଉତ।

୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଦାମ ରାଉତଙ୍କ ନୂଆ ଦଳ ଓଡ଼ିଶାର ରାଜନୀତି ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।

Comment