ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଟରନେଟ୍ ଦୁନିଆରେ ମେଲୱେର ଭାଇରସ୍ ସବୁଠାରୁ ବଡ଼ ବିପଦ ଅଟେ। ଏହି ଭାଇରସ୍ ଆପଣଙ୍କ ମୋବାଇଲ୍, କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଡିଭାଇସରେ ପଶି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଇଥାଏ। ସାଇବର ସିକ୍ୟୁରିଟି ଫର୍ମ (ଇଏସଇଟି)ର ଜଣେ ରିସର୍ଚ୍ଚକାରୀ ଟୁଇଟ କରି କହିଛନ୍ତି ଯେ, ଯଦି ଆପଣଙ୍କ ମୋବଇଲ ଫୋନରେ ଏହି ୧୩ଟି ଗେମିଙ୍ଗ ଆପ୍ ଅଛି, ତେବେ ତୁରନ୍ତ ଏହାକୁ ଡିଲିଟ୍ କରିଦିଅନ୍ତୁ।
ବିଶେଷଜ୍ଞଙ୍କ କହିବା କଥା, ଷ୍ଟୋରରେ ଥିବା ଏହି ଆପ୍ ଗୁଡିକରେ ଭାଇରସ ରହିଛି। ଏହି ମୋବାଇଲ ଗେମିଙ୍ଗ ଆପରେ ଥିବା ଭାଇରସ୍, ଆପଣଙ୍କ ମୋବାଇଲ ସମେତ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ପାଇଁ ମଧ୍ୟ ବଡ଼ ବିପଦ ଅଟେ। ତେବେ ଜାଣନ୍ତୁ କଣ କଣ ସେହି ୧୩ଟି ଗେମିଙ୍ଗ ଆପ୍। ଗୁଡ଼ିକରେ
ଏହି ତାଲିକାରେ ରହିଛି, ଟ୍ରକ୍ କାର୍ଗୋ ସିମୁଲେଟର୍, ସିଟି ଟ୍ରାଫିକ୍ ମୋଟୋ କେୟାର, ହାଇପର୍ କାର୍ ଡ୍ରାଇଭିଙ୍ଗ, ମୋଟୋ କ୍ରସ୍ ଏକ୍ସଟ୍ରିମ୍, ଏକ୍ସଟ୍ରିମ୍ କାର୍ ଡ୍ରାଇଭିଙ୍ଗ, ଫାୟାର ଫାଇଟର୍, କାର ଡ୍ରାଇଭିଙ୍ଗ ସିମୁଲେଟର, ଏକ୍ସଟ୍ରିମ୍ ସ୍ପୋର୍ଟ କାର, ଏସୟୁଭି ଡ୍ରାଇଭିଙ୍ଗ ସିମୁଲେଟର, ଲଗଜୁରୀ କାର୍ ପାର୍କିଂ, ଲଗଜୁରୀ କାର୍ସ ଏସୟୁଭି ଟେଷ୍ଟ, ଏସୟୁଭି ସିଟି କ୍ଲାଇମ୍ବ ପାର୍କିଂ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଏହି ସବୁ ଗେମ୍ ଗୁଡ଼ିକୁ ଲୁଇଜ୍ ଓ ପିଣ୍ଟୋ ବିକଶିତ କରିଛନ୍ତି। ଏବଂ ଏହା ସବୁ ହେଉଛି ଡ୍ରାଇଭିଙ୍ଗ ଗେମ୍ସ। ଆଉ ସବୁଠାରୁ ବଡ଼ କଥା ହେଉଛି, ମୋବାଇଲ୍ ଗେମ୍ସରୁ ମିଳୁଥିବା ମେଲୱେୟାରରୁ ୫.୬ ଲକ୍ଷ ମୋବାଇଲ୍ ବ୍ୟବହାରକାରୀଙ୍କ ସ୍ମାର୍ଟଫୋନ ପ୍ରଭାବିତ ହୋଇଛି।















