ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାତ୍ମା ଗାନ୍ଧିଙ୍କର ଗୋଟିଏ ଚିଠି ୧୪ ଲକ୍ଷ ଟଙ୍କାରେ ନିଲାମ ହେବାକୁ ଯାଉଛି।

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ଚିଠି ନିଲାମ ହେବାକୁ ଯାଉଛି। ଏହି ଚିଠିଟି ଗାନ୍ଧିଜୀ ଲର୍ଡ ପେଥିକ୍ ଲରେନ୍ସଙ୍କୁ ୧୯୪୬ ଅକ୍ଟୋବର ୧୦ରେ ଲେଖିଥିଲେ। ଏହି ଚିଠିରେ ବାପୁଜୀଙ୍କର ହସ୍ତାକ୍ଷର ବି ରହିଛି।

୧୪ ଲକ୍ଷ ଟଙ୍କାରେ ଏହି ଚିଠିଟି ନିଲାମ ହେବ ବୋଲି ଜଣାପଡ଼ିଛି। ଲର୍ଡ ପେଥିକ ଲରେନ୍ସ ଭାରତ ଓ ବର୍ମା ମାମଲାରେ ରାଜ୍ୟ ସଚିବ ଥିଲେ।

ପୂର୍ବରୁ ଗାନ୍ଧିଜୀଙ୍କ ଜନ୍ମଦିନ ଅବସରରେ ଲରେନ୍ସ ଗାନ୍ଧିଜୀଙ୍କୁ ଏକ ଚିଠି ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଏହାର ଉତ୍ତରରେ ଗାନ୍ଧିଜୀ ଲରେନ୍ସଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଚିଠିଟି ଏବେ ନିଲାମ ହେବାକୁ ଯାଉଛି। ଡିସେମ୍ବର ୫ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଚାଲୁ ରହିବ।

ରାଜନୈତିକ ଦୃଷ୍ଟିରୁ ଏହି ଚିଠିକୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ଲରେନ୍ସଙ୍କୁ ବାପୁଜୀ ଲେଖିଥିବା ଏହି ଚିଠିକୁ ଗୁରୁତ୍ୱ ଦିଆଯିବାର ଅନେକ କାରଣ ରହିଛି। ଏହାଛଡ଼ା ଏହି ଚିଠିରେ ଚରଖାକୁ ବି ଗୁରୁତ୍ୱ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here