ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ଵକପ୍‌ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କଲେ ଡାକ ଟିକେଟ।

ପୁରୁଷ ହକି ବିଶ୍ଵକପ୍‌କୁ ରାଜ୍ୟରେ ଏକ ପ୍ରକାର ଉତ୍ସବ ଭଳି ପାଳନ କରାଯାଉଛି। ସତେ ଯେମିତି ହକି ବିଶ୍ଵକପ୍ ଲୋକଙ୍କୁ ପାଗଳ କରିଛି। ଏହି ଅବସରରେ ହକି ବିଶ୍ୱକପ୍ ପାଇଁ ଡାକ ଟିକେଟ୍ ଉନ୍ମୋଚିତ ହୋଇଯାଇଛି। ଏହି ସ୍ମାରକୀ ଡାକ ଟିକେଟକୁ ସଚିବାଳୟରେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଭିନ୍ନ ଭିନ୍ନ ୫ଟି ଡାକ ଟିକେଟର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ପୁରୁଷ ହକି ବିଶ୍ଵକପ୍‌ର ସ୍ମୃତି ରକ୍ଷା ପାଇଁ ଏହି ଡାକ ଟିକେଟର ଉନ୍ମୋଚନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ବୁଧବାର ହକି ବିଶ୍ଵକପ୍‌ର ପ୍ରଥମ ମ୍ୟାଚ୍‌ ରହିଛି। ଏହି ପ୍ରଥମ ମ୍ୟାଚ୍‌ରେ ଭାରତ, ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବ।

Comment