ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁପତ୍ର ଉପରୁ ଜିଏସ୍ଟି ହ୍ରାସ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, “ପୂର୍ବରୁ କେନ୍ଦୁପତ୍ର ଉପରେ ୫ ପ୍ରତିଶତ ଭାଟ୍ ଲାଗିଥିଲା। କିନ୍ତୁ ବର୍ତ୍ତମାନ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଛି। ଜିଏସ୍ଟି ପାଇଁ କେନ୍ଦୁପତ୍ର ଗୋଦାମରେ ପଡ଼ି ରହିଛି। କେନ୍ଦୁପତ୍ର ବିକ୍ରି କମି ଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମ କେନ୍ଦୁପତ୍ର ବିକ୍ରି ଦର କମାଇବାକୁ ବାଧ୍ୟ ହୋଇଛି।”
କେନ୍ଦୁପତ୍ର ବିକ୍ରି କମି ଯାଇଥିବାରୁ ସାଢ଼େ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରଭାବିତ ହୋଇଛନ୍ତି। ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତ କରିବାକୁ ନବୀନ ଚିଠିରେ ଦର୍ଶାଇଛନ୍ତି।


















