ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିମାଣ୍ଡରେ ଗଲେ ଫୟାଜ ରେହମାନ। ଢ଼େଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମ୍‌ରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ମଙ୍ଗଳବାର ଦୁଇଦିନିଆ ରିମାଣ୍ଡରେ ଗଲେ ଫୟାଜ।

ସ୍ୱତନ୍ତ୍ର ପୋକ୍ସ କୋର୍ଟ ଢ଼େଙ୍କାନାଳ ପୋଲିସକୁ ଏହୀ ଅନୁମତି ଦେଇଛନ୍ତି। ସେଲଟର ହୋମର ଡାଡି ଓରଫ ଫୟାଜ ରେହମାନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ତିନି ଦିନିଆ ରିମାଣ୍ଡରେ ନେବାକୁ ଢ଼େଙ୍କାନାଳ ପୋଲିସ ଆବେଦନ କରିଥିଲା। ହେଲେ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଢ଼େଙ୍କାନାଳ ପୋଲିସକୁ ଅନୁମତି ମିଳିଛି।

ଗୋ ନ୍ୟୁଜ ଇଣ୍ଡିଆ ଏନଜିଓ ତରଫରୁ ଢେଙ୍କାନାଳ ବେଲଟିକରି ସମେତ ୨୬ଟି ସ୍ଥାନରେ ଖୋଲିଥିଲା ସେଲଟର ହୋମ। ଅଦିବାସୀ ଛାତ୍ରଛାତ୍ରୀଙ୍କୁ ଏଠାରେ ଆଶ୍ରୟ ଦିଆଯାଇଥିଲା। ହେଲେ ବେଲଟିକରି ସେବାଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଓଡ଼ିଶା ଉଠିଥିଲା ପଡ଼ିଥିଲା।

ଢେଙ୍କାନାଳରୁ ଫୁଲନଖରାସ୍ଥିତ ସେଲଟର ହୋମ ପର୍ଯ୍ୟନ୍ତ ନିଆଁ ଜଳିଥିଲା। ଲୋକେ ଗୋ ନ୍ୟୁଜ ଇଣ୍ଡିଆ ସଂସ୍ଥା ଏବଂ ସେଲଟର ହୋମ୍‌ର ମୁଖ୍ୟ ଫୟାଜ ରେହମାନଙ୍କ ଗିରଫ ଦାବି କରିଥିଲେ। ଶେଷରେ ଫୟାଜଙ୍କୁ ଗିରଫ କରିଥିଲା ପୋଲିସ।

Comment