ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାରୁ ପ୍ରସାରିତ ଫାଷ୍ଟ ଜେନେରେସନ୍ ଡିଜିଟାଲ୍ ପ୍ଲାଟ୍ଫର୍ମ ଭାବେ ପରିଚିତ ଓଡ଼ିଶାଲାଇଭ୍
  • ଓଡ଼ିଶା ସହ ଭାରତୀୟ କଳା ସଂସ୍କୃତିର ଏକ ଭଣ୍ଡାର ପାଲଟିଛି ଏହି ଚ୍ୟାନେଲ୍
  • ଆରମ୍ଭରୁ ହାଇ ଡେଫିନେସନ୍ ବା ଏଚ୍ଡି ଭିଡିଓ ପରିବେଷଣ କରି ନିଜ ପାଇଁ ସୃଷ୍ଟି କରିଛି ଏକ ସ୍ଵତନ୍ତ୍ର ସ୍ଥାନ
  • ଖବର ମନୋରଞ୍ଜନଧର୍ମୀ ଭିଡିଓ ସହ ସକ୍ରିୟ ଓଡ଼ିଶାଲାଇଭ୍

ଲୋକପ୍ରିୟ ୟୁ ଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶାଲାଇଭ୍‌ର ସବ୍‌ସ୍କ୍ରାଇବର୍ ସଂଖ୍ୟା ୪ଲକ୍ଷ ଟପିଛି। ଏହି ଡିଜିଟାଲ୍ ପ୍ଲାଟ୍‌ଫର୍ମର ସମୁଦାୟ ଭ୍ୟୁଜ୍ ୯ କୋଟି ୫୫ ଲକ୍ଷରେ ପହଞ୍ଚିଛି। ଓଡ଼ିଶାର କଳା ସଂସ୍କୃତି ସହ ପ୍ରମୁଖ ଖବର, ବାଣିଜ୍ୟ ଏବଂ ବିଭିନ୍ନ ଇଭେଣ୍ଟକୁ ନେଇ ନିୟମିତ ଭିଡ଼ିଓ ପରିବେଷଣ କରୁଥିବା ଏହି ଚ୍ୟାନେଲ୍ ଦେଶ ବିଦେଶରେ ଲୋକପ୍ରିୟ ହେବାରେ ଲାଗିଛି।

୨୦୧୧ ମସିହା ଡିସେମ୍ବର ମାସରେ ପରୀକ୍ଷାମୂଳକ ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ଏହି ଚ୍ୟାନେଲ୍‌ର ଆରମ୍ଭ କରିଥିଲେ। ସେତେବେଳେ ଓଡ଼ିଶା କାହିଁକି ଦେଶରେ ମଧ୍ୟ ୟୁ ଟ୍ୟୁବ୍ ଚ୍ୟାନେଲ୍‌ର ବ୍ୟବହାର ଓ ଲୋକପ୍ରିୟତା ଏକ ପ୍ରକାର ପ୍ରାଥମିକ ଅବସ୍ଥାରେ ଥିଲା। ପରବର୍ତ୍ତୀ ସମୟରେ ଡିଜିଟାଲ୍ ଭାରତର ନୂଆ ଧାରା ସହ ଡିଜିଟାଲ୍ ଚ୍ୟାନେଲ୍‌ଗୁଡ଼ିକର ଯେଉଁ ବିକାଶ ଘଟିଲା ତା’ମଧ୍ୟରୁ ଓଡ଼ିଶାଲାଇଭ୍ ଅନ୍ୟତମ।

ଲୋକପ୍ରିୟ ଡିଜିଟାଲ୍ ପ୍ଲାଟ୍ଫର୍ମ

ଓଡ଼ିଶାରୁ ଆରମ୍ଭ ହୋଇଥିବା ଓଡ଼ିଶାଲାଇଭ୍ ଡିଜିଟାଲ୍ ମିଡିଆ ପ୍ଲାଟ୍‌ଫର୍ମ ଆଜି ଉଭୟ ନ୍ୟୁଜ୍ ପୋର୍ଟାଲ୍ ଓ ଭିଡିଓ ଚ୍ୟାନେଲ୍ ପରିବେଷଣ କରି ଦେଶ ବିଦେଶରେ ଓଡ଼ିଆ ଏବଂ ଅନ୍ୟ ଭାଷାଭାଷୀ ଦର୍ଶକମାନଙ୍କୁ ବାନ୍ଧି ରଖିପାରିଛି। ଏହି ମିଡିଆ ହାଉସ୍‌ର ଲୋକପ୍ରିୟ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ରହିଛି ଭିଡ଼ିଓ ପୋର୍ଟାଲ୍ www.odishalive.tv ଏବଂ www.odisha.live। ସେହିପରି ୟୁ ଟ୍ୟୁବ୍ ଭେରିଫାଏଡ୍ ଚ୍ୟାନେଲ୍ ହିସାବରେ www.youtube.com/odishalive ସମାଜର ବିଭିନ୍ନ ବର୍ଗର ଦର୍ଶକମାନଙ୍କ ଆଗ୍ରହକୁ ଛୁଇଁପାରିଛି।

ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଚ୍ୟାନେଲ୍ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ୪ ଲକ୍ଷ ସବ୍‌ସ୍କ୍ରାଇବର୍ ମାଇଲ୍ ଷ୍ଟୋନ୍ ଅତିକ୍ରମ କରିଛି। ଓଡ଼ିଶାରୁ ଆରମ୍ଭ ହୋଇଥିବା ବିଭିନ୍ନ ଲୋକପ୍ରିୟ ଚ୍ୟାନେଲ୍ ମଧ୍ୟରେ ସ୍ଵତନ୍ତ୍ର କଣ୍ଟେଣ୍ଟ ଏବଂ ଭିଡିଓର ମାନ ପାଇଁ  ଓଡ଼ିଶାଲାଇଭ୍  ଏକ ଅଲଗା ପରିଚୟ ସୃଷ୍ଟି କରିଛି ବୋଲି ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି।

ଏକ ସାମାଜିକ ଗଣମାଧ୍ୟମ ହିସାବରେ ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଚ୍ୟାନେଲ୍ ବିଭିନ୍ନ ବୟସ ଓ ରୁଚିର ଗ୍ରାହକଙ୍କୁ ଆକର୍ଷିତ କରିପାରିଛି। ସେହିପରି ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ରହୁଥିବା ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି। ତା’ ସହିତ ଆମେରିକା, ସଂଯୁକ୍ତ ଆରବ, ସାଉଦି ଆରବିଆ, କୁଏତ, ବଙ୍ଗଳାଦେଶ, ପାକିସ୍ତାନ, କତ୍ତାର, କାନାଡା, ସିଙ୍ଗାପୁର, ଓମାନ୍, ଅଷ୍ଟ୍ରେଲିଆ, ବାହାରେନ୍ ଓ ମାଲେସିଆ ଆଦି ଦେଶରେ ମଧ୍ୟ ଅନେକ ସଂଖ୍ୟାରେ ଦର୍ଶକ ୟୁ ଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ବିଭିନ୍ନ ଭିଡ଼ିଓ ଦେଖୁଛନ୍ତି।

ଦର୍ଶକଙ୍କୁ କୃତଜ୍ଞତା

“ଆଜିର ପାଠକ ଓ ଦର୍ଶକମାନେ ଖବର ସହ ମନୋରଞ୍ଜନ ପାଇଁ ପ୍ରତି ମୁହୂର୍ତ୍ତରେ ଡିଜିଟାଲ୍ ମିଡିଆ ବ୍ୟବହାର କରୁଛନ୍ତି। ବିଶେଷକରି ମୋବାଇଲ୍ ମିଡିଆର ପ୍ରସାର ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ତ୍ଵରାନ୍ଵିତ କରିପାରିଛି। ତା’ ସାଙ୍ଗକୁ ହାତପାଆନ୍ତାରେ ୪ଜି ଇଣ୍ଟରନେଟ୍ ମିଳିବା ଫଳରେ ଆଜି ଭାରତୀୟ ଦର୍ଶକମାନେ ବହୁ ସଂଖ୍ୟାରେ ଭିଡ଼ିଓ କଣ୍ଟେଣ୍ଟ ଦେଖୁଛନ୍ତି। ଦେଶ ବିଦେଶର ଦର୍ଶକମାନଙ୍କ ଏହି ଆଗ୍ରହ ଓ ଆବଶ୍ୟକତାକୁ ଓଡ଼ିଶାଲାଇଭ୍ କିଛି ମାତ୍ରାରେ ପୂରଣ କରିବାକୁ ଚେଷ୍ଟା କରିଆସୁଛି’’, କହିଛନ୍ତି ଶ୍ରୀଯୁକ୍ତ ରଥ। ଓଡ଼ିଶାଲାଇଭ୍ ୟୁ ଟ୍ୟୁବ୍ ଚ୍ୟାନେଲ୍ ୪ ଲକ୍ଷ ସବ୍‌ସ୍କ୍ରାଇବର୍ ଅତିକ୍ରମ କରିବା ଏବଂ ଏହାର ଭ୍ୟୁଜ୍ ସଂଖ୍ୟା ପ୍ରାୟ ୧୦ କୋଟି ପହଞ୍ଚିବା ନେଇ ସେ ଦେଶ ବିଦେଶର ଦର୍ଶକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଡିଜିଟାଲ୍ ମିଡିଆରେ କଳା ସଂସ୍କୃତି

ଓଡ଼ିଶାର କଳା ଓ ସଂସ୍କୃତି ସହ ବିଭିନ୍ନ କାର୍ଯ୍ୟକ୍ରମକୁ ଡିଜିଟାଲ୍ ମିଡିଆରେ ଉପସ୍ଥାପନା କରିବାର ପ୍ରେରଣା ନେଇ ଆରମ୍ଭ ହୋଇଥିଲା ଓଡ଼ିଶାଲାଇଭ୍। ଆଜି ଏହା ଓଡ଼ିଶା ସମ୍ପର୍କିତ ଏକ ରେଫରେନ୍ସ ପ୍ଲାଟଫର୍ମ ହିସାବରେ ଗଢ଼ି ଉଠିଛି। ଓଡ଼ିଶୀ ସଙ୍ଗୀତ ବା ନୃତ୍ୟ ହେଉ କିମ୍ବା ବିଭିନ୍ନ ବ୍ୟକ୍ତିତ୍ଵଙ୍କ ସମ୍ପର୍କରେ ଭିଡ଼ିଓ, ଓଡ଼ିଶାଲାଇଭ୍ ଆଜି ଅନ୍‌ଲାଇନ୍ ମିଡିଆରେ ବିଭିନ୍ନ ବିଷୟରେ ଭିଡିଓ ପରିବେଷଣ କରି ନୂଆ ପିଢ଼ିର ଆବଶ୍ୟକତାକୁ କିଛି ମାତ୍ରାରେ ମେଣ୍ଟାଇପାରିଛି।

କେବଳ ଓଡ଼ିଶାର କଳାସଂସ୍କୃତି ନୁହେଁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଏବଂ ଆକର୍ଷଣୀୟ ଲୋକକଳା ପରମ୍ପରାର ସଂରକ୍ଷଣ ଓ ପରିବେଶ କ୍ଷେତ୍ରରେ ଓଡ଼ିଶାଲାଇଭ୍ ଡିଜିଟାଲ୍ ମିଡିଆ ମାଧ୍ୟମରେ ଦିନେ ଯେଉଁ ନୂଆ ଧାରା ଆରମ୍ଭ କରିଥିଲା ଆଜିର ଦର୍ଶକମାନଙ୍କୁ ସୂଚନା ଓ ମନୋରଞ୍ଜନର ଖୋରାକ୍ ଦେଇପାରିଛି। ତେଣୁ କେବଳ ଓଡ଼ିଶା ନୁହେଁ, ଏହି ଦୃଷ୍ଟିରୁ ସର୍ବଭାରତୀୟସ୍ତରରେ ଓଡ଼ିଶାଲାଇଭ୍ ଆଦର ପାଇପାରିଛି।

ଆରମ୍ଭରୁ ଏଚ୍ଡି କ୍ଵାଲିଟି କଣ୍ଟେଣ୍ଟ

୨୦୧୨ ମସିହା ପ୍ରଥମାର୍ଦ୍ଧରେ ଯେତେବେଳେ ଓଡ଼ିଶାଲାଇଭ୍ ବିଭିନ୍ନ କାର୍ଯ୍ୟକ୍ରମର ରେକର୍ଡିଂ ଏବଂ ଅନ୍‌ଲାଇନ୍ ମିଡିଆରେ ତା’ର ପରିବେଷଣ ଆରମ୍ଭ କରିଥିଲା କଣ୍ଟେଣ୍ଟର ମାନ ନେଇ ଏକ ନୂଆ ଧାରା ଅନୁସରଣ କରିଥିଲା। ଦେଶର ଶହ ଶହ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଷ୍ଟାଣ୍ଡାର୍ଡ ଡେଫିନେସନ୍ କିମ୍ବା ତା’ଠାରୁ ତଳ କ୍ଵାଲିଟିର ଭିଡିଓ ପରିବେଷଣ କରୁଥିବା ବେଳେ ଓଡ଼ିଶାଲାଇଭ୍ ସମ୍ପୂର୍ଣ୍ଣ ଏଚ୍‌ଡି ଭିଡିଓ ପରିବେଷଣ କରି  ଡିଜିଟାଲ୍ ଦର୍ଶକମାନଙ୍କ ରୁଚିକୁ ଛୁଇଁବାକୁ ଉଦ୍ୟମ କରିଥିଲା।

“ଆଜି ସାରା ପୃଥିବୀରେ ହାଇ ଡେଫିନେସନ୍ ଭିଡିଓ କଣ୍ଟେଣ୍ଟର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ବିଶେଷକରି ଅତ୍ୟାଧୁନିକ ମୋବାଇଲ୍ ଫୋନ୍‌ର ବ୍ୟବହାର, ବିଭିନ୍ନ ମୋବାଇଲ୍ ଆପ୍ ଏବଂ ହାତମୁଠାରେ ସହଜରେ ହାଇ ବ୍ୟାଣ୍ଡ ୱିଥ୍ ଇଣ୍ଟରନେଟ୍ ମିଳିବା ଫଳରେ ଲୋକେ ଭଲ ମାନର ଭିଡିଓ ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାଲାଇଭ୍ ତା’ର ସୀମିତ ସମ୍ବଳ ଭିତରେ ଆରମ୍ଭରୁ ହିଁ ଭିଡିଓ କ୍ଵାଲିଟି ଉପରେ ଗୁରୁତ୍ଵ ଦେଇଆସୁଛି’’, କହିଛନ୍ତି ଶ୍ରୀଯୁକ୍ତ ନୀଳାମ୍ବର ରଥ। ଏହି ଉଚ୍ଚମାନର କଣ୍ଟେଣ୍ଟ ଓଡ଼ିଶାଲାଇଭ୍‌କୁ ଦେଶ ବିଦେଶରେ ଅଧିକ ଲୋକପ୍ରିୟ କରାଇବାରେ ସହାୟକ ହୋଇଛି ବୋଲି ସେ ବିଶ୍ଵାସ କରନ୍ତି।

ହାଇ ଡେଫିନେସନ୍ ଭିଡିଓ ପରିବେଷଣ କରୁଥିବାରୁ ଓଡ଼ିଶାଲାଇଭ୍‌କୁ ଦର୍ଶକମାନେ ଆଜି ମୋବାଇଲ୍ ଫୋନ୍ ସହ ଟାବ୍‌ଲେଟ୍, ସ୍ମାର୍ଟ ଟିଭି ଏପରିକି ଗେମିଂ କନସୋଲ୍‌ରେ ଦେଖୁଛନ୍ତି। “ଗତ ରଥଯାତ୍ରା ସିଧା ପ୍ରସାରଣ ବେଳେ ୟୁ ଟ୍ୟୁବ୍ ଆନାଲିଟିକ୍ସରୁ ଆମେ ଦେଖିବାକୁ ପାଇଥିଲୁ ଯେ ଅନେକ ଦର୍ଶକ ଆମ ଚ୍ୟାନେଲ୍‌କୁ ମୋବାଇଲ୍ ଫୋନ୍ ଛଡା ବିଭିନ୍ନ ଅତ୍ୟାଧୁନିକ ମିଡିୟମ୍‌ରେ ଦେଖୁଛନ୍ତି। ଏହା ପଛର ଅନ୍ୟତମ କାରଣ ଥିଲା ଆମର ଏଚ୍‌ଡି କ୍ଵାଲିଟି ଭିଡିଓ ପ୍ରସାରଣ’’, କହିଛନ୍ତି ଶ୍ରୀଯୁକ୍ତ ରଥ।

ଡିଜିଟାଲ୍ମିଡିଆରେ ସିଧାପ୍ରସାରଣ

ଗୋଟିଏ ସମୟରେ ଟେଲିଭିଜନ୍ ମିଡିଆରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଘଟଣା ବା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦର୍ଶକମାନଙ୍କ ପାଇଁ ଆକର୍ଷଣୀୟ ବିଷୟ ଥିଲା। ଏବେ ସେହି ଧାରା ଡିଜିଟାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି। ଓଡ଼ିଶାରୁ ଆରମ୍ଭ ହୋଇଥିବା ଫାଷ୍ଟ ଜେନେରେସନ୍ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଓଡ଼ିଶାଲାଇଭ୍ ଏହି ଧାରାକୁ ଏକ ନୂଆ ରୂପ ଦେଇଛି।

ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍ ଡିଜିଟାଲ୍ ପ୍ଲାଟ୍‌ଫର୍ମ ମାଧ୍ୟମରେ କରାଯାଉଛି। ଏହାର ଭିଡିଓ ପୋର୍ଟାଲ୍, ନ୍ୟୁଜ୍ ପୋର୍ଟାଲ୍ ଏବଂ  ବିଭିନ୍ନ ସୋସିଆଲ୍ ଚ୍ୟାନେଲ୍‌ରେ ରଥଯାତ୍ରା ସିଧାପ୍ରସାରଣ କରି ଓଡ଼ିଶାଲାଇଭ୍ ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଉପସ୍ଥାପନ କରିପାରିଛି।

୨୦୧୮ ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରା ସିଧାପ୍ରସାରଣ ବେଳେ ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଚ୍ୟାନେଲ୍ ଅନ୍ୟ ସୋସିଆଲ ଚ୍ୟାନେଲ୍‌ଗୁଡ଼ିକ ତୁଳନାରେ ସର୍ବାଧିକ ଦର୍ଶକ ସଂଖ୍ୟା ହାସଲ କରିପାରିଥିଲା। ସେହିପରି ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍ ପେଜ୍‌ର ଶ୍ରୀଗୁଣ୍ଡିଚାର ସିଧା ପ୍ରସାରଣ ବେଳେ ମାତ୍ର ୮ ଘଣ୍ଟା ମଧ୍ୟରେ ୪ ନିୟୁତରୁ ଅଧିକ ରିଚ୍ ପାଇ ଏହି ଚ୍ୟାନେଲ୍ ଏକ ନୂଆ ଧାରା ସୃଷ୍ଟି କରିପାରିଛି। ଡିଜିଟାଲ ମିଡିଆର ବ୍ୟାପକ ପ୍ରସାର ଏବଂ ଓଡ଼ିଶାଲାଇଭ୍ ପ୍ରତି ଦର୍ଶକମାନଙ୍କ ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମିଡିଆର ପ୍ରତିଷ୍ଠାତା କହିଛନ୍ତି।

୧୮ରୁ ୨୪ ବୟସର ଦର୍ଶକଙ୍କ ସଂଖ୍ୟା ସର୍ବାଧିକ

ଓଡ଼ିଶାଲାଇଭ୍ ୟୁ ଟ୍ୟୁବ୍ ଚ୍ୟାନେଲର ଆନାଲିଟିକ୍ସ ଦେଖିଲେ ଜଣାଯାଏ ଯେ ୧୮ରୁ ୨୪ ବର୍ଷ ବୟସ ଦର୍ଶକମାନେ ଏହି ଚ୍ୟାନେଲ୍‌ରେ ସବୁଠୁ ଅଧିକ ସକ୍ରିୟ ଅଛନ୍ତି। କାରଣ ଚ୍ୟାନେଲ୍‌ର ମୋଟ୍ ୱାଚ୍ ଟାଇମ୍‌ର ୩୬ ପ୍ରତିଶତ ସମୟ ଏହି ବର୍ଗର ଦର୍ଶକମାନେ ବ୍ୟବହାର କରିଛନ୍ତି। ସେହିପରି ୨୫ରୁ ୩୪ ବର୍ଷ ବୟସର ଦର୍ଶକମାନେ ୩୪ ପ୍ରତିଶତ ସମୟ ଓଡ଼ିଶାଲାଇଭ୍ ଦେଖୁଥିବା ରେକର୍ଡ କରାଯାଇଛି।

ଇତି ମଧ୍ୟରେ ଓଡ଼ିଶାଲାଇଭ୍ ୟୁ ଟ୍ୟୁବ୍ ଚ୍ୟାନେଲ୍‌କୁ ପ୍ରାୟ ୬ ଲକ୍ଷ ‘ଲାଇକ୍’ ମିଳିଥିବା ବେଳେ ଏହାର ବିଭିନ୍ନ ଭିଡ଼ିଓର ‘ସେୟାର’  ସଂଖ୍ୟା ସାଢ଼େ ୫ଲକ୍ଷ ଛୁଇଁବାକୁ ଯାଉଛି।

ଚ୍ୟାନେଲ୍‌ର ମୋଟ୍ ୱାଚ୍ ଟାଇମ୍ ୩୨ ଲକ୍ଷ ଘଣ୍ଟାରୁ ଅଧିକ ରହିଛି ଯାହାକି ୩୬୫ ବର୍ଷ ଏବଂ ୯୦ ଦିନ ସହ ସମାନ।

Comment