ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର କରାଯାଇଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ଏହା ଦିନ ୧୧.୩୦ରେ ଶେଷ ହେବ।

ପାର୍ଟ-୧ର ଓଏମ୍‌ଆର‌୍‌ ସିଟ୍ ସକାଳ ୮ଟା ୩୦ରେ ପରୀକ୍ଷାର୍ଥୀଙ୍କୁ ବଣ୍ଟନ କରାଯାଇଛି ଓ ଏହି ପରୀକ୍ଷା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ(ଅବ୍‌ଜେକ୍ଟିଭ) ପରୀକ୍ଷା ସକାଳ ୯ଟାରୁ ୧୦ଟା ୧୫ପର୍ଯ୍ୟନ୍ତ ଚାଲିବ।

ସେହିପରି ପାର୍ଟ-୨(ସବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୧୦ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୪ରେ ଶେଷ ହେବ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୮ରୁ ୧୬ ତାରିଖ ଯାଏଁ ଚାଲିବ।

ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୨୭ହଜାର ୬୧୬ଜଣ ଫର୍ମପୂରଣ କରିଥିବା ବେ‌ଳେ ଏଥି ପାଇଁ ୧୨୨ଟି କେନ୍ଦ୍ର ସ୍ଥିର କରାଯାଇଛି। ସେହିପରି ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୯ହଜାର ୩୩ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୫୫ଟି କେନ୍ଦ୍ର ସ୍ଥିର ‌ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ଚଳିତବର୍ଷ ମେ’୨୧ରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପରୀକ୍ଷା ଦେଇଥିବା ୫ ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାସ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫ଜଣ  ଛାତ୍ରଛାତ୍ରୀ। ଏଥର ପାସ ହାର ୭୦.୭୮ ପ୍ରତିଶତ ରହିଛି।

ଗତ ବର୍ଷ ୭୬.୨୩ ପ୍ରତିଶତ ପାସ ହାର ରହିଥିଲା । 

Comment