ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନ ସପିଂ କମ୍ପାନୀ ଆମାଜନ ୪୨ ହଜାର ଫୋନ ସ୍ଥାନରେ ହାତ ଘଣ୍ଟା ଏବଂ ସାବୁନ ପଠାଇଛି।
ଅନଲାଇନ ସପିଂ ଜରିଆରେ ଆମର କାମ ବହୁତ ସହଜ ହୋଇଥାଏ। ସାମଗ୍ରୀକୁ ଆପଣ ପସନ୍ଦ କରିବା ସହ ଅନଲାଇନ୍ ଅର୍ଡର କଲେ ଅତି ସହଜରେ ଘରେ ଆସି ପହଞ୍ଚି ଯାଇଥାଏ। ଭାରତରେ ଅନଲାଇନ ସପିଂ ବଢ଼ିଚାଲିବା ସହ ବହୁ ଲୋକ ଏହା ଦ୍ୱାରା ଠକାମିର ଶୀକାର ହେଉଥିବାର ଖବର ଶୁଣିବାକୁ ମିଳୁଛି।
ନିକଟରେ ଦିଲ୍ଲୀର ବିକ୍ରମଜିତ ନାମକ ଯୁବକ ଭିଡିଓ ଜାରି କରି ଠକାମୀର ଶିକାର ହୋଇଥିବା ବିଷୟରେ କହିଛନ୍ତି। ଅନଲାଇନ ସପିଂ କମ୍ପାନୀ ଆମାଜନରୁ ସେ ୪୨ ହଜାର ଟଙ୍କାର ଏକ ମୋବାଇଲ୍ ଫୋନ ଅର୍ଡର କରିଥିଲେ। ଆମାଜନ ୪୨ ହଜାର ଫୋନ ସ୍ଥାନରେ ତାଙ୍କୁ ହାତ ଘଣ୍ଟା ଏବଂ ସାବୁନ ପଠାଇଛି।
ବିକ୍ରମଜିତଙ୍କ କହିବା ଅନୁସାରେ ଆମାଜନରୁ ୱାନପ୍ଲସ ୬ଟି ଅର୍ଡର କରିଥିଲେ। ଫୋନ୍ ଡେଲିଭରି ସମୟରେ ବକ୍ସ୍ ଖୋଲିବାରୁ ସେଥିରୁ ସାବୁନ ବାହାରିଥିଲା।
ବିକ୍ରମଜିତ ଜାରି କରିଥିବା ଭିଡିଓରେ ଫୋନ୍ ପରିବର୍ତ୍ତେ ୪ଟି ଘଡ଼ି ଓ ସାବୁନ ଥିଲା। ଏନେଇ ବିକ୍ରମଜିତ ଆମାଜନକୁ ଅଭିଯୋଗ କରିଥିଲେ। ବର୍ତ୍ତମାନ ଟଙ୍କା ଫେରିପାଇବା ନେଇ ଆମଜନ ପକ୍ଷରୁ ଇ-ମେଲ ଆସିଛି।