ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲଞ୍ଚ୍ ହେଲା Moto One Fusion+। ଆଣ୍ଡ୍ରଏଡ୍ ୧୦ ଓ କ୍ୱାଲକମ୍ ସ୍ନାପଡ୍ରାଗନ୍ ଅକ୍ଟାକୋର୍ ୭୩୦ଜି ପ୍ରୋସେସର ସହିତ ଏହି ଫୋନ୍ ଭାରତରେ ଲଞ୍ଚ୍ ହୋଇଛି।

ଏହି ସ୍ମାର୍ଟଫୋନର ଦାମ୍ ୧୬,୯୯୯ ଟଙ୍କା ରହିଥିବାବେଳେ ଗ୍ରାହକମାନେ ଏଥିରେ ୬ ଜିବି ରାମ ସହ ଓ ୧୨୮ ଜିବି ଇଣ୍ଟରନାଲ୍ ମେମୋରୀ ମଧ୍ୟ ପାଇପାରିବେ। ଏଥିସହ ଏହି ଫୋନରେ ୬.୫ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ମଧ୍ୟ ମିଳିପାରିବ।

Moto One Fusion+ରେ ୬୪ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ସହ ୮ ମେଗାପିକ୍ସେଲ ୱାଇଡ୍ ଆଙ୍ଗେଲ୍ ଲେନ୍ସ, ୫ ଏମପି ମାକ୍ରୋ ଲେନ୍ସ ଓ ୨ ଏମପିର ଡେପଥ୍ ସେନ୍ସର କ୍ୟାମେରା ରହିଛି। ଏଥିସହ ଏହାର ଆଗପାଖରେ ୧୬ ମେଗାପିକ୍ସେଲର ପପ୍-ଅପ୍ କ୍ୟାମେରା ମଧ୍ୟ ରହିଛି।ଏହି ସ୍ମାର୍ଟଫୋନରେ ୫୦୦୦ ଏମଏଚର ବ୍ୟାଟେରୀ ସହିତ ୧୫ ୱାଟର ଫାଷ୍ଟ ଚାର୍ଜର ମଧ୍ୟ ଦିଆଯାଇଛି। ଏହି ଫୋନ ମୁନଲାଇଟ୍ ହ୍ୱାଇଟ୍ ଓ ଟୁଇଲାଇଟ୍ ବ୍ଲୁ ଭଳି ଦୁଇଟି କଲର୍ ଭାରିଏଣ୍ଟରେ ମିଳିପାରିବ ବୋଲି କୁହାଯାଇଛି।

ଆଗରୁ ଏହି ସ୍ମାର୍ଟଫୋନ୍ ୟୁରୋପର ଅନେକ ଗୁଡିଏ ଦେଶରେ ଲଞ୍ଚ୍ ହୋଇସାରିଛି  ବର୍ତ୍ତମାନ ପାଇଁ ଏହାକୁ ଗ୍ରାହକମାନେ ପ୍ରିଅର୍ଡର ମାଧ୍ୟମରେ କିଣି ପାରିବେ। ଜୁନ୍ ମାସ ୨୪ ତାରିଖ ଦିନ ୧୨ଟା ପରେ ଏହା ଅନଲାଇନ୍ ସପିଙ୍ଗ୍ ୱେବସାଇଠ୍ ଫ୍ଲିପକାର୍ଟରେ ଉପଲବ୍ଧ ହେବ।

Comment