ଓଡ଼ିଶାଲାଇଭ୍ ବ୍ୟୁରୋ
ହଜରତ ନିଜାମୁଦ୍ଦୀନ ଦରଗାହରେ ମହିଳାଙ୍କ ପ୍ରବେଶ ବିରୋଧକୁ ନେଇ ଦିଲ୍ଲୀ ହାଇକୋର୍ଟ ଜବାବ ମାଗିଛନ୍ତି। ଏହା ଉପରେ ହୋଇଥିବା ଜନହିତ ପିଟିସନରେ କେନ୍ଦ୍ର, ଆପ୍ ସରକାର ଓ ପୋଲିସକୁ ସୋମବାର ସୁଦ୍ଧା ଉତ୍ତର ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଓ ଜଷ୍ଟିସ୍ ବି କେ ରାଓଙ୍କ ଖଣ୍ଡପୀଠରେ ଦରଗାହର ମ୍ୟାନେଜମେଣ୍ଟ ଟ୍ରଷ୍ଟଙ୍କୁ ମଧ୍ୟ ନୋଟିସ ଜାରି କରିଛି । ୨୦୧୯ ଏପ୍ରିଲ ୧୧ ଭିତରେ ପିଟିସନ ଉପରେ ନିଜର ମତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହଜରତ ନିଜାମୁଦ୍ଦୀନର ପବିତ୍ର ଦରଗାହରେ ମହିଳାମାନଙ୍କ ପ୍ରବେଶ ବାରଣ କରାଯାଇଛି। ଏହି ବିଷୟରେ ଦରଘା ପରିସରରେ ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ଦିଆଯାଇଛି।
ଏଲଏଲବି ଛାତ୍ରୀମାନଙ୍କ ଦ୍ୱାରା ହଜରତ ନିଜାମୁଦ୍ଦୀନ ଦରଗାହରେ ମହିଳାଙ୍କ ପ୍ରବେଶକୁ ନେଇ ଦିଲ୍ଲୀ ପୋଲିସ ଓ ଅନ୍ୟ ବିଭାଗ ପାଖରେ ଅଭିଯୋଗ କରାଯାଇଥିଲା। କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନହେବାରୁ ଶେଷରେ ହାଇକୋର୍ଟରେ ଛାତ୍ରୀମାନ ଜନହିତ ପିଟିସନ ରୁଜୁ କରିଥିଲେ । ଏହାକୁ ଆଧର କରି ଦିଲ୍ଲୀ ହାଇକୋର୍ଟ ଏହି ଶୁଣାଣି କରିଛନ୍ତି।