ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି ଚୂଡ଼ାନ୍ତ ମେରିଟ୍ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି 

କମ୍ପ୍ୟୁଟର ଟେଷ୍ଟ ହେଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲାଗିଛି। କୋର୍ଟଙ୍କ ବିନା ଅନୁମତିରେ ରେଜଲ୍ଟ ପ୍ରକାଶ କରିପାରିବନି ଓପିଏସସି ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର ହୋଇଥିଲା। କିଛି ପରୀକ୍ଷାର୍ଥୀ ହାଇକୋର୍ଟରେରେ ସାନି ମାମଲା ଦାୟର କରିଥିଲେ। ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ ହୋଇଥିଲା। ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି। ତେବେ ଓପିଏସସିକୁ ଆବେଦନର କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସୂଚନା ଅନୁଯାୟୀ, ଏହି ପରୀକ୍ଷା ପରିଚାଳନା ଓ ରେଜଲ୍ଟ ବାହାରିବୀକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପୂର୍ବରୁ ଅସନ୍ତୋଷ ଦେଖା ଦେଇଥିଲା। ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଯାହାକୁ ଓପିଏସ୍ସି ଖଣ୍ଡନ କରିଥିଲା। ସେପଟେ ଏହି ମାମଲା ମଧ୍ୟ ହାଇକୋର୍ଟକୁ ଯାଇଥିଲା

 Tags: #ASOExamination #HighCourt #Result #Aspirant #Odisha #OPSC #OdishaPublicServiceExamination #Irregularities 

Comment