ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୁରୁଷ ହକି ବିଶ୍ୱକପର ପ୍ରଥମ କ୍ରସ ଓଭର ୨ୟ ମ୍ୟାଚରେ ଫ୍ରାନ୍ସ ୧-୦ ଗୋଲରେ ଚୀନ ବିପକ୍ଷରେ ବିଜୟୀ ହୋଇଛି। ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିବା ବେଳେ ୩ୟ କ୍ୱାର୍ଟରେ ଫ୍ରାନ୍ସ ଏକ ଗୋଲ ଦେଇଥିଲା।

ଏଥିସହିତ ଚଳିତ ବିଶ୍ୱକପ୍‌ର ସବୁଠୁ ନିମ୍ନ ମାନ୍ୟତା ପ୍ରାପ୍ତ ଦେଶ ଫ୍ରାନ୍ସ ବିଶ୍ୱର ଶୀର୍ଷ ୮ ଦଳରେ ସାମିଲ ହୋଇ ଆଉ ପାଦେ ଆଗକୁ ବଢ଼ିଛି। ଫ୍ରାନ୍ସ ବୁଧବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ୩ଥର ବିଜେତା ଅଷ୍ଟ୍ରେଲିଆ ସହିତ ଖେଳିବ।

ସୋମବାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରୁ ବିଦାୟ ନେଇଛି। ଏକତରଫା ମ୍ୟାଚରେ ଇଂଲଣ୍ଡ ୨ ଗୋଲ ଦେଇ ଚଳିତ ବିଶ୍ୱକପ୍‌ର ୨୫ତମ ମ୍ୟାଚକୁ ଜିତିଛି।

Comment