ଓଡ଼ିଶାଲାଇଭ ବ୍ୟୁରୋ

ମେଘାଳୟ ଶିଲଙ୍ଗସ୍ଥିତ କୋଇଲା ଖଣିରେ ଫସି ରହିଛନ୍ତି ୧୩ ଶ୍ରମିକ। ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା।

ମେଘାଳୟରେ ଏକ କୋଇଲା ଖଣିରେ ଅଭାବନୀୟ ଘଟଣା ଘଟିଛି। ହଠାତ୍ ଖଣିରେ ପାଣି ପଶିଯିବାରୁ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ମେଘାଳୟ ଶିଲଙ୍ଗସ୍ଥିତ ଲାୟଟେଇନ ନଦୀ କୂଳରେ ଥିବା ଏକ ଛୋଟ କୋଇଲା ଖଣିରେ ଏହି ଅଘଟଣ ଘଟିଛି। ତିନି ଦିନ ହେଲା ଶ୍ରମିକମାନେ ବେଆଇନ ଭାବେ କୋଇଲା ଉତ୍ତୋଳନ କରୁଥିଲେ। ଏହି ସମୟରେ ଅଚାନକ ଖଣିରେ ପାଣି ପଶିଯିବାରୁ ଶ୍ରମିକମାନେ ଖଣି ଭିତରେ ଫସି ରହିଥିଲେ।

ପ୍ରଶାସନ ଦ୍ଵାର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖଣିରେ ପାଣି ପଶିରହିଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ସୂଚନା ମିଳିଛି।

ତେବେ ୨୦୧୪ ମସିହାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମେଘାଳୟରେ ଥିବା ସମସ୍ତ ବେଆଇନ ଖଣି ବନ୍ଦ କରିବାକୁ କଟକଣା ଜାରି କରିଥିଲେ। ନିର୍ଦ୍ଦେଶ ସତ୍ତ୍ଵେ ଏଠାରେ ବେଆଇନ ଭାବେ ଖଣିରେ କାମ ଚାଲିଥିଲା।

Comment