ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ମେଘାଳୟ। ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅଗ୍ରଗତି ଦେବାକୁ ଯାଇ ଏପରି ଘୋଷଣା କରିଛନ୍ତି ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗାମା।

କୋଭିଡ୍ ହେତୁ ଦୀର୍ଘ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ମେଘାଳୟ। ଯାହାଦ୍ୱାରା ପର୍ଯ୍ୟଟକମାନେ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚିତ ହେଉଥିଲେ। ଅନ୍ୟପଟେ ପର୍ଯ୍ୟଟନ ବନ୍ଦ ହେବା ଦ୍ୱାରା ମେଘାଳୟ ସରକାର ମଧ୍ୟ ରାଜସ୍ୱ ଆଦାୟରୁ ବଞ୍ଚିତ ହେଉଥିଲେ। ବର୍ତ୍ତମାନ ସ୍ଥିତି ସୁଧୁରୁଥିବାରୁ ପର୍ଯ୍ୟଟନ ଅଞ୍ଚଳକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ମେଘାଳୟ ସରକାର।

ମେଘାଳୟର ପାହାଡ ଅଞ୍ଚଳକୁ ଶୀତଦିନେ ବହୁ ଲୋକ ବୁଲିବାକୁ ଯାଇଥାନ୍ତି। ବିଶେଷକରି ସିଂଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ହେଲେ କୋଭିଡ୍ ହେତୁ ଏଥିରେ ବାଧା ଉପୁଜିଥିଲା, ଏବେ କିନ୍ତୁ ପୁଣି ପର୍ଯ୍ୟଟକଙ୍କ ଗହଳି ମେଘାଳୟରେ ଦେଖିବାକୁ ମିଳିବ।

Comment