ଓଡ଼ିଶାଲାଇଭ୍‌ ବ୍ୟୁରୋBeautiful Meghalaya Dawki river

ଫଟୋ: ସୁଶ୍ରୀ ସ୍ମିତା ବେହେରା

ମେଘାଳୟରେ ପ୍ରବାହିତ ହେଉଛି ଦାଓକୀ ନଦୀ। ଏହି ନଦୀର ପାଣି କାଚ ଭଳି ସଫା। ଯେଉଁଠି ଆପଣ ବୋଟିଂ କଲେ ଆପଣଙ୍କୁ ଲାଗିବ ଆପଣ କାଚ ଉପରେ ବସି ଭାସୁଛନ୍ତି।

ଆଜିର ସମୟରେ ସାରାବିଶ୍ୱରେ ପ୍ରବାହିତ ସମସ୍ତ ନଦୀର ଅବସ୍ଥା ଶୋଚନୀୟ। ସବୁ ସ୍ଥାନରେ ପ୍ରଦୂଷଣ ଯୋଗୁଁ ନଈର ପାଣି କଳା ଦେଖାଯାଉଛି ତ କେଉଁଠି ଅଳିଆ ଆବର୍ଜନା ପାଣିରେ ଭାସୁଛି। ପାଣିର ସ୍ୱଚ୍ଛତା ଆଉ ଦେଖିବାକୁ ମିଳୁନାହିଁ। ଏମିତି ସ୍ଥିତିରେ ଆମେ ଭାବନ୍ତି ଯଦି ଏମିତି ଏକ ନଈ ଥାଆନ୍ତା ଯେଉଁଠି କାଚ କେନ୍ଦୁ ଭଳି ପାଣି ଥାଆନ୍ତା। ଆଉ ପ୍ରକୃତିର ସେହି ସୌନ୍ଦର୍ଯ୍ୟକୁ ଆମେ ମନ ଭରି ଉପଭୋଗ କରନ୍ତେ। ଯଦି ଆପଣ ବି ଏମିତି ଭାବୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଭାରତରେ ଥିବା ଏମିତି ସ୍ଥାନ କହିବୁ ଯେଉଁଠି ନଈର ପାଣି କାଚ ଭଳି ସଫା।

ଆମେ କହୁଛୁ ଆପଣଙ୍କୁ ମେଘାଳୟର ଦାଓକି ନଦୀ ବିଷୟରେ। ଯାହାକି ପୃଥିବୀର ସବୁଠୁ ସଫା ନଦୀ ଉମନଗୋତର ଟ୍ୟାଗ୍‌ ମିଳିଛି।Beautiful Meghalaya Dawki river

ରାଜଧାନୀ ସିଲଙ୍ଗଠାରୁ ୮୧ କିଲୋମିଟର ଦୂର ଭାରତ-ବାଂଲାଦେଶ ସୀମା ନିକଟ ପୂର୍ବ ଜୟନ୍ତିଆ ପାହାଡ଼ ଜିଲ୍ଲାର ଏକ ଛୋଟ ସହର  ଦାଓକି ମଧ୍ୟ ଦେଇ ଏହି ନଈ ପ୍ରବାହିତ ହେଉଛି।  ଏହି ନଦୀର ସ୍ଵତନ୍ତ୍ରତା ଏହା ଯେ ଏହାର ପାଣି ଦେଖିବାକୁ କାଚ ପରି। ଏହି କାରଣରୁ ସାରାବିଶ୍ୱରେ ଦାଓକି ନଦୀ ପ୍ରସିଦ୍ଧ ହୋଇପାରିଛି।Beautiful Meghalaya Dawki river

କେବଳ ଏତିକି ନୁହେଁ ଦାଓକି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ବ୍ୟସ୍ତମୟ  ବ୍ୟବସାୟ ମାର୍ଗ ଭାବେ କାମ କରିଥାଏ। ପ୍ରତ୍ୟେକ ଦିନ ଶହ ଶହ ଟ୍ରକ ଏହି ନଦୀ ଉପରେ ଥିବା ବ୍ରିଜ୍‌ ଦେଇ ଯାତାୟାତ କରିଥାଏ।Beautiful Meghalaya Dawki river

ଏହି ନଈ ମତ୍ସଜୀବୀଙ୍କ ପାଇଁ ପ୍ରମୁଖ ସ୍ଥଳ। ବହୁସଂଖ୍ୟକ ମାଛ ଧରାଳୀ ଏହି ନଈରେ ମାଛ ଧରିବାକୁ ଆସିଥାନ୍ତି। ଏଠାରେ ଥିବା ସ୍ଥାନୀୟ ବାସିନ୍ଦା ଦାଓକି ନଦୀରୁ ମାଛ ଧରି ଜୀବୀକା ନିର୍ବାହ କରିଥା’ନ୍ତି।

ଏହା ଉପରେ ବୋଟିଂ କଲେ ଏମିତି ଲାଗିଥାଏ, ଯେମିତି କାଚ ଉପରେ ପହଁରୁଛୁ। ଏହି ନଦୀ ଉପରେ ନୌକା ଚାଲିବା ସମୟରେ ଏମିତି ଲାଗିଥାଏ ଯେମିତି କାଚ ଉପରେ ଲୋକେ ବସିଛନ୍ତି। ପାଣିରେ ଥିବା ବଡ଼ ବଡ଼ ମାଛ ବି ଉପରକୁ ସ୍ପଷ୍ଟ ଦେଖାଯା’ନ୍ତି।Beautiful Meghalaya Dawki river

ଏଠାରେ ବୋଟିଂ କରିବା ପାଇଁ ୧୦୦୦ରୁ ୧୨୦୦ ଟଙ୍କା ପଡ଼ିଥାଏ। ଦାଓକିରେ ବୋଟିଂ କଲା ବେଳେ ଆପଣ ଚାରିପଟେ ପାହାଡ଼ ଓ ସବୁଜ ବନାନିକୁ ଉପଭୋଗ କରିପାରିବେ।

କେବଳ ଏତିକି ନୁହେଁ ଏହି ନଈରେ ବୋଟିଂ କଲାବେଳେ ଆପଣ ପାଣିରେ ପାଣିରେ ବାଂଲାଦେଶ ସୀମାକୁ ମଧ୍ୟ ଛୁଇଁପାରିବେ।

Comment