ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଦେଶ ଭାରତରେ ଏଭଳି ଏକ ଗାଁ ରହିଛି ଯାହାକୁ ଏସିଆର ସବୁଠୁ ସ୍ୱଚ୍ଛ ଦେଶ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେହି ଗାଁର କିଛି ରୋଚକ କଥା ବିଷୟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ଅଭିଆନ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶକୁ ପରିଷ୍କାର କରିବା ପାଇଁ ଏକ ଅଭିଯାନ ଚଳାଇଥିଲେ। ଏହି ମିଶନ ଦେଶରେ ବହୁତ ବ୍ୟାପକ ପ୍ରଭାବ ପକାଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଦେଶରେ ଏପରି ଏକ ଗାଁ ଥିଲା ଯେଉଁଠାରେ ଏହି ଅଭିଯାନର କୌଣସି ଆବଶ୍ୟକତା ନଥିଲା। ସ୍ୱଚ୍ଛତା ଦୃଷ୍ଟିରୁ ଏହି ଗାଁ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିସାରିଛି।

ଏହି ଗାଁକୁ ଏସିଆର ସବୁଠୁ ସ୍ୱଚ୍ଛ ଗାଁର ଆଖ୍ୟା ମିଳିଛି। ଏହି ଗାଁର ନାଁ ହେଲା ମଲିନୋଙ୍ଗ ଏବଂ ମେଘାଳୟର ପୂର୍ବ ଖାସି ପାହାଡରେ ରହିଛି।  ଏହି ଗାଁର ସୌନ୍ଦର୍ଯ୍ୟକୁ ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଇପାରେ। ଆସନ୍ତୁ ଜାଣିବା ଏହି ଗାଁ ବିଶୟରେ କିଛି ରୋଚକ କଥା…

ଏହି ଗାଁରେ ଗଛର ଚେରରେ ବ୍ରିଜ ତିଆରି ହୋଇଥିବା ଦେଖିବାକୁ ମିଳେ। ସବୁଠୁ ଖାସ କଥା ଏହି ସୁନ୍ଦର ଗାଁରେ ପ୍ଲାଷ୍ଟିକ୍ ବ୍ୟବହୃତ ହୁଏ ନାହିଁ।  ବାଉଁଶରେ ନିର୍ମିତ ଡଷ୍ଟବିନ୍ ଏଠାରେ ବ୍ୟବହୃତ ହୁଏ।  ଏହି ଗାଁର ଲୋକମାନେ ସାମଗ୍ରୀ ଆଣିବା ପାଇଁ କପଡ଼ାରେ ତିଆରି ବ୍ୟାଗ ବ୍ୟବହାର କରନ୍ତି।

ଏଠାରେ ଲୋକମାନେ ଗଛ ପାଇଁ ଖତ ତିଆରି କରିବାକୁ ପାଇଁ ଏକ ଗର୍ତ୍ତରେ ଆବର୍ଜନା ପକାନ୍ତି। ଏଠାରେ ପିଲାମାନେ ମାଙ୍କ ସରନେମକୁ ନି ନାଁରେ ବ୍ୟବହାର କରନ୍ତି। ଗାଁରେ ଅନେକ ରଙ୍ଗୀନ ଫୁଲ ବଗିଚା ମଧ୍ୟ ଅଛି। ଏହି ଗାଁକୁ ଦେଖିବା ପାଇଁ ଖାସ କରି ଅନେକ ଲୋକ ଆସନ୍ତି।

Comment