ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୦ ଫୁଟ ତଳୁ ନୌସେନା ବାହାର କଲା ଜଣେ ଶ୍ରମିକର ଶବ
  • ଡିସେମ୍ବର ୧୩ରୁ ଖଣିରେ ଫସି ରହିଥିଲେ ଶ୍ରମିକ
  • ଉଦ୍ଧାର କାର୍ଯ୍ୟ ଏବେ ବି ଜାରି

ଦୀର୍ଘ ଏକ ମାସ ପରେ ମେଘାଳୟ କୋଇଲା ଖଣିରୁ ଶବ ଉଦ୍ଧାର କରିବାରେ ସଫଳ ହୋଇଛି ଉଦ୍ଧାରକାରୀ ଟିମ୍‌। ଖଣିରେ ୧୫ ଜଣ ଶ୍ରମିକ ଫସି ରହିଥିବା ବେଳେ ନୌସେନା ଜଣେ ଶ୍ରମିକର ଶବ ଉଦ୍ଧାର କରିଛି। ନୌସେନା ରିମୋଟ ଚାଳିତ ବୁଡ଼ାଯାନ ସାହାଯ୍ୟରେ ୨୦୦ଫୁଟ୍‌ ତଳୁ ଏହି ଶବ ଉଦ୍ଧାର କରିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଗତ ସପ୍ତାହରେ ସୁପ୍ରିମକୋର୍ଟ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ଧାର କାର୍ଯ୍ୟରେ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉ ବୋଲି କହିଥିଲେ କୋର୍ଟ।

ଡିସେମ୍ବର ୧୩ରୁ ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ନୌସେନା ଓ ବାୟୁସେନା ଟିମ୍‌।

ଓଡ଼ିଶାରୁ ଯାଇଥିବା ସ୍ଵତନ୍ତ୍ର ୨୧ଜଣିଆ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ସଦସ୍ୟ ସାମିଲ ହୋଇଥିଲେ।

ଡିସେମ୍ବର ୧୩ରେ ମେଘାଳୟ ଶିଲଙ୍ଗସ୍ଥିତ ଲାୟଟେଇନ ନଦୀ କୂଳରେ ଥିବା ଏକ ଛୋଟ କୋଇଲା ଖଣିରେ ଏହି ଅଘଟଣ ଘଟିଥିଲା। ଖଣିରେ କୋଇଲା ଉତ୍ତୋଳନ ସମୟରେ ଅଚାନକ ଖଣିରେ ପାଣି ପଶିଯିବାରୁ ଶ୍ରମିକମାନେ ଖଣି ଭିତରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଉଦ୍ଧାରକାରୀ ଟିମ୍ ଫସିରହିଥିବା ଶ୍ରମିକ ମାନଙ୍କୁ ବାହାର କରିବାରେ ସଫଳ

Comment