ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରେନା ପାଇଁ ଏମ୍‌ସିଏଲ୍‌ର ବ୍ୟାପକ ପଦକ୍ଷେପ
  • ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସହାୟତା ହାତ ବଢ଼ାଇଲା ଏମ୍‌ସିଏଲ୍‌
  • ଆବାସିକ କଲୋନୀ ଓ କୋଇଲା ଖଣି ଅଞ୍ଚଳକୁ କରାଗଲା ବିଶୋଧନ
  • କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ବଣ୍ଟନ
  • ଗରିବ ଓ ଶ୍ରମିକ ପରିବାରକୁ ମାଗଣାରେ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା
  • ଏମ୍‌ସିଏଲ୍‌ ସହଯୋଗରେ ଭୁବନେଶ୍ୱରରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ

କରୋନାକୁ ହରାଇବା ପାଇଁ ବର୍ତ୍ତମାନ ସାରା ବିଶ୍ୱ ଏକ ପ୍ରକାର ଯୁଦ୍ଧ ଲଢୁଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି। ଏଭଳି ପରିସ୍ଥିତିରେ ମହାନଦୀ କୋଲଫିଲଡ୍ସ୍‌ ଲିମିଟେଡ୍ (ଏମସିଏଲ୍) ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇଛି। କରୋନା ମୁକାବିଲା ପାଇଁ ଏମ୍‌ସିଏଲ୍‌ ପ୍ରଶାସନକୁ ସହାୟତାର ହାତ ବଢ଼ାଇବା ସହ ବିଭିନ୍ନ ପଦକ୍ଷେପ ନେଇଛି।

ଏମ୍‌ସିଏଲ୍‌ ତା’ର କର୍ମଚାରୀ ଓ ବିଭିନ୍ନ କୋଇଲା ଖଣିର ଆଖପାଖରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବ୍ୟାପକ ପଦକ୍ଷେପ ନେଇଛି।

ଏମସିଏଲ୍ ତରଫରୁ ଏହାର ଆବାସିକ କଲୋନୀ ଏବଂ ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଖଣି ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଗାଁକୁ ବିଶୋଧନ କରାଯାଇଛି। ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ବିଶୋଧନ ମଧ୍ୟ ସିଞ୍ଚନ କରାଯାଉଛି। ଏମ୍‌ସିଏଲ୍‌ ତରଫରୁ ଜିଏମ୍ ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। କରୋନା ମୁକାବିଲା ପାଇଁ ଏହି କମିଟି ଜିଲ୍ଲା ପ୍ରଶାସନକୁ ସହାୟତା କରୁଛନ୍ତି।

ଏମସିଏଲ୍ ନିଜର କର୍ମଚାରୀ ଓ କୋଇଲା ଖଣିରେ ନିୟୋଜିତ କଣ୍ଟ୍ରାକ୍ଟରମାନଙ୍କୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ମାସ୍କ ମଧ୍ୟ ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା କମ୍ପାନି ତରଫରୁ କର୍ମଚାରୀମାନଙ୍କୁ ୨୯ ହଜାର ମାସ୍କ ବଣ୍ଟାଯାଇଛି। ଆହୁରି ୯୦ ହଜାର ମାସ୍କ ବଣ୍ଟନ କରାଯିବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

ଏହାଛଡ଼ା ବସ୍ତିବାସିନ୍ଦା, ଗରିବ ଲୋକଙ୍କ ପାଇଁ ମଧ୍ୟ ସହାୟତାର ହାତ ବଢ଼ାଇଛି ଏମସିଏଲ୍। କମ୍ପାନି ତରଫରୁ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ ମାସ୍କ, ୧୯ ହଜାର ସାନିଟାଇଜର ଗରିବ ଲୋକମାନଙ୍କୁ ବଣ୍ଟାଯିବା ସହିତ ସେମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।

ମାସ୍କ, ସାନିଟାଇଜର ବାଣ୍ଟିବା ସହିତ ଏମସିଏଲ୍ ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଅଞ୍ଚଳର ଅନେକ ଗରିବ ଓ ଅନ୍ୟ ରାଜ୍ୟର ଶ୍ରମିକ ପରିବାରକୁ ମାଗଣାରେ ଖାଇବା ପ୍ରଦାନ କରିଛି। ଏଥିସହ ସେହି ପରିବାରଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଉଛି।

ଭୁବନେଶ୍ୱର ସମ୍ ହସ୍ପିଟାଲରେ ନିର୍ମିତ ହୋଇଥିବା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଏମ୍‌ସିଏଲ୍‌ ଭାଗିଦାରୀ ରହିଛି। ଏହି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପାଇଁ ଏମ୍‌ସିଏଲ୍‌ ଆର୍ଥିକ ସହାୟତା ପ୍ରଦାନ କରିଛି। ଏମ୍‌ସିଏଲ ସହଯୋଗରେ ସମ୍ ହସ୍ପିଟାଲରେ ରାଜ୍ୟର ସବୁଠୁ ବଡ଼ ୫ ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ନିର୍ମାଣ ସମ୍ଭବ ହୋଇପାରିଛି।

ଏଥିସହ ତାଳଚେରଠାରେ ନୂତନ ଭାବେ ନିର୍ମାଣ ହେଉଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଏମସିଏଲ୍ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବା ସହିତ  ଭିତ୍ତିଭୂମି ସୁଦୃଢ଼ ଦିଗରେ ସହଯୋଗ କରୁଛି। ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ୫୬ଟି କୋଭିଡ୍ ବେଡ୍ ମଧ୍ୟ ସ୍ଥାପନ କରିଛି। ଏମସିଏଲ୍ ସମ୍ବଲପୁରରେ ମଧ୍ୟ ୯୦ଟି ଶଯ୍ୟାର ବ୍ୟବସ୍ଥା କରିଛି।

ସାରା ରାଜ୍ୟରେ ଏମ୍‌ସିଏଲ୍‌ କୋଭିଡ୍ ହସ୍ପିଟାଲ ପାଇଁ ୭୫୦ଟି ବେଡ୍, କୋଭିଡ୍ ହେଲଥ୍ ସେଣ୍ଟର ପାଇଁ ୫୮ଟି ବେଡ୍ ଓ କୋଭିଡ୍ କେୟାର ସେଣ୍ଟର ପାଇଁ ୯୦ଟି ବେଡ୍ ସ୍ଥାପନ କରିବାରେ ସହଯୋଗ କରିଛି।

ତାଳଚେରର ଏନଏସ୍‌ସିଏଚ୍, ଲଖନପୁର ଏରିଆ ହସ୍ପିଟାଲ, ସେଣ୍ଟ୍ରାଲ୍ ହସ୍ପିଟାଲ ଆଇବି ଭାଲି ଓ ବସୁନ୍ଧରା ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସୁରକ୍ଷା ପାଇଁ ଏମ୍‌ସିଏଲ ପଦକ୍ଷେପ ନେଇଛି। ଏହିସବୁ ହସ୍ପିଟାଲରେ ୧୭୦ଟି ଅକ୍ସିଜେନ୍‌ ସିଲିଣ୍ଡର, ୪୨ଟି ପିପିଇ, ୬ ହଜାର ୧୬୬ ମାସ୍କ ଓ ସାନିଟାଇଜର ମଧ୍ୟ ମହଜୁଦ୍ କରି ରଖାଯାଇଛି।

coronaଏମ୍‌ସିଏଲ୍‌ ତାର କର୍ମଚାରୀମାନଙ୍କୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ଏବେ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ଏମ୍‌ସିଏଲ୍‌ ୧୬ ହଜାର କର୍ମଚାରୀ, ୭୮୦ ଅଫିସର, ୧୧ ହଜାର କଣ୍ଟ୍ରାକ୍ଟରଙ୍କୁ ନେଇ ଏବେ ୧୫ଟି କୋଇଲା ଖଣି ଅଞ୍ଚଳରେ ନିଜର କାମ ଜାରି ରଖିଛି।

Comment