ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ ଦିନ ଧରି ଚାଲିଥିବା ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ର ଫାଇନାଲ ସୁଟ୍‌ ଆଉଟ୍‌ରେ ନେଦରଲାଣ୍ଡକୁ ହରାଇ ବେଲଜିୟମ୍‌ ରଚିଲା ଇତିହାସ।

ବିଶ୍ୱ ବିଜେତା ବନିଲା ବେଲଜିୟମ୍। ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୧୮ ଟାଇଟଲ୍ ହାସଲ କଲା ବେଲଜିୟମ୍। ଫାଇନାଲରେ ନେଦରଲାଣ୍ଡକୁ ମାତ୍ ଦେଇ ଇତିହାସ ରଚିଲା ବେଲଜିୟମ୍।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ବେଲଜିୟମ୍-ନେଦରଲାଣ୍ଡ ମଧ୍ୟରେ ଫାଇନାଲ ଟକ୍କର ହୋଇଥିଲା। କ୍ୱାର୍ଟର ପର୍ଯ୍ୟାୟରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସମର୍ଥ ହୋଇନଥିଲେ। ଏଥିପାଇଁ ପେନାଲଟି ସୁଟଆଇଟ ଦିଆଗଲା

ପେନାଲଟି ସୁଟ୍‌ ଆଉଟର ପ୍ରଥମ ସଟରେ ନେଦରଲାଣ୍ଡ ଗୋଲ ମାରିଥିଲା। ନେଦରଲାଣ୍ଡର ପେନାଲଟି ସୁଟ ଆଉଟରେ ଗୋଲକିପର ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିବା ସହ ବେଲଜିୟମର ଦୁଇଟି ସଟ୍ ରୋକିବାରେ ସଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ପେନାଲଟି ସୁଟ୍‌ ଆଉଟ୍ ୨-୨ରେ ବରାବର ଟକ୍କର ଦେଇଥିଲେ।

ଏହା ପରେ ସଡନ୍ ଡେଥର ପ୍ରଥମ ସଟରେ ଗୋଲ କରିବାକୁ ସକ୍ଷମ ହୋଇଥିଲା ବେଲଜିୟମ୍।ଏହା ପରେ ଗୋଲ କରିବାରେ ବିଫଳ ହୋଇଥିଲା ନେଦରଲାଣ୍ଡ। ଏଥିପାଇଁ ନେଦରଲାଣ୍ଡକୁ ୩-୨ ଗୋଲରେ ହରାଇ ଇତିହାସ ରଚିଲା ବେଲଜିୟମ।

ଡିସେମ୍ବର ୧୩ରେ ଭାରତକୁ ହରାଇ ନେଦରଲାଣ୍ଡ ସେମିଫାଇନାଲକୁ ପ୍ରବେଶ କରିଥିଲା। ସେମିଫାଇନାଲ ମ୍ୟାଚ୍‌ରେ ନେଦରଲାଣ୍ଡସ ଏକ କଡ଼ା ମୁକାବିଲାପୂର୍ଣ୍ଣ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା।

ସେମି ଫାଇନାଲରେ ଇଂଲଣ୍ଡକୁ ୬-୦ ଗୋଲରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା ଶକ୍ତିଶାଳୀ ବେଲଜିୟମ। ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ବେଲଜିୟମ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ବିଶ୍ୱକପର ଟାଇଟଲ୍‌ ହାସଲ କରିଛି।

Comment