ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ହାଇକୋର୍ଟ।
ହିଂସା ଘଟାଇବା, ଦଙ୍ଗା ପାଇଁ ଅନ୍ୟକୁ ଉସୁକାଇବା, ଅପରାଧିକ ଷଡ଼ଯନ୍ତ୍ର ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସଜ୍ଜନ କୁମାର। ଡିସେମ୍ବର ୩୧ସୁଦ୍ଧା ଆତ୍ମସମର୍ପଣ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୧୯୮୪ ମସିହା ନଭେମ୍ବର ମାସରେ ଦିଲ୍ଲୀ ସ୍ଥିତ ଛାବନୀର ରାଜନଗର ଅଞ୍ଚଳରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୪ବର୍ଷ ପରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
୨୦୧୩ରେ ତଳ କୋର୍ଟ ପ୍ରଥମେ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ତାପରେ ସେ ହାଇକୋର୍ଟରେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ସଜ୍ଜନଙ୍କ ସହିତ ଅନ୍ୟମାନେ ମଧ୍ୟ ଜଡ଼ିତ ଥିଲେ। ଯେଉଁମାନଙ୍କ ରାୟ ଆସିନାହିଁ।

















