ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱକପ ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କୁ ଅନେକ ସ୍ଥାନରୁ ପ୍ରଂଶସା ମିଳୁଛି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସରକାରଙ୍କୁ ଏ ନେଇ ଶୁଭେଛା ଜଣାଇଛନ୍ତି। ଟୁଇଟ୍ ଜରିଆରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ମୋଦି।

ମୋଦି ଟୁଇଟ୍‌ରେ ଲେଖିଛନ୍ତି, ”ହକିପ୍ରେମୀଙ୍କ ଲାଗି ବିଶ୍ୱକପ ଏକ ସୁଯୋଗ ନେଇ ଆସିଥିଲା। ବିଶ୍ୱକପରେ ବହୁତ ଭଲ ମ୍ୟାଚ ଦେଖିବାକୁ ମିଳିଛି। ଏହା ବ୍ୟକ୍ତିଗତ ଓ ଦଳଗତ ପ୍ରଦର୍ଶନରେ ଉକୃଷ୍ଟ ଉଦାହରଣ ହୋଇପାରିଛି। ଯୁବପିଢୀଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ଲୋକପ୍ରିୟତା ଆଣିଦେଇଛି।”

ଏହା ସହିତ ବିଶ୍ୱ ବିଜେତା ବେଲଜିୟମ ଓ ରନର୍ସ ଅପ ନେଦରଲାଣ୍ଡକୁ ଶୁଭେଛା ଜଣାଇବା ସହ ହକି ବିଶ୍ୱକପ୍ ସଫଳ ଆୟୋଜନ ପାଇଁ ଓଡ଼ିଶାବାସୀ ଓ ରାଜ୍ୟସରକାରଙ୍କୁ ଶୁଭେଛା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଖେଳାଳିଙ୍କୁ ଯେଉଁପରି ଆତିଥେୟତା ଦିଆଯାଇଛି ତାହାର ମଧ୍ୟ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comment