ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅକ୍ଷୟ କୁମାର ସବୁବେଳେ ଦେଶଭକ୍ତି ପାଇଁ ସବୁଠି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ରଜନୀକାନ୍ତଙ୍କ ସହିତ ‘2.0’ରେ କାମ କରିଛନ୍ତି। ଏହି ଫିଲ୍ମ ଅକ୍ଷୟଙ୍କ କ୍ୟାରିୟରର ସବୁଠୁ ଅଧିକ ଆୟ କରିଥବା ଫିଲ୍ମ ଲିଷ୍ଟରେ ସାମିଲ ହୋଇଛି। ମାତ୍ର ନିକଟରେ ଅକ୍ଷୟ କୁମାର କାନାଡାରେ ନିଜ ଫ୍ୟାନ୍ଙ୍କ ସାମ୍ନାରେ ଦେଇଥିବା ଏକ ଭାଷଣକୁ ନେଇ ଅନେକ ତାଙ୍କୁ ସମାଲୋଚନା କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।
ଅକ୍ଷୟ କାନାଡାରେ ଏକ ଭାଷଣରେ କହିଛନ୍ତି,’’ କାନାଡା ମୋର ଫାଷ୍ଟ ହୋମ୍, ବଲିଉଡରୁ ସନ୍ୟାସ ନେବାପରେ କାନାଡାରେ ଆସି ରହିବି।’’ ପୂର୍ବରୁ ମଧ୍ୟ ଅନେକ ଥର ଅକ୍ଷୟଙ୍କ କାନାଡା ନାଗରିକତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଆଉ ଏବେ ଅକ୍ଷୟଙ୍କ ଏହି କଥା ସେହି ବିବାଦକୁ ପୁଣିଥରେ ତାଜା କରିଛି।
ସୋସିଆଲ ମିଡିଆରେ କେହି ଅକ୍ଷୟଙ୍କୁ ଦୋଶଦ୍ରୋହୀ କହିଛନ୍ତି ତ ଆଉ କେହି କାନାଡା ମାତାକି ଜୟ ବୋଲି କହିଛନ୍ତି। ଏମିତି କି ଆଉ ଜଣେ କହିଛନ୍ତି ଏହାକୁ ବୋଧହୁଏ କୁହାଯାଇଥାଏ ଦେଶଭକ୍ତ। ଅନ୍ୟପଟେ କାନାଡାରେ ଅକ୍ଷୟ ଦେଇଥିବା ଭାଷଣକୁ ଅନେକ ଥର ସେୟାର କରାଯିବା ସହ ଭିନ୍ନ ଭିନ୍ନ କମେଣ୍ଟ ବି ଆସୁଛି। ଏନେଇ ଏ ଯାଏଁ ଅକ୍ଷୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


















