ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଏନ୍‌ଆଇଏର ଚଢ଼ାଉରେ ଆଇଏସ୍‌ଆଇଏସ୍‌ ସହଯୋଗୀ ସଂଗଠନର ପର୍ଦ୍ଦାଫାଶ। ଆତଙ୍କବାଦୀଙ୍କ ଟାର୍ଗଟେରେ ଥିଲା ଆର୍‌ଏସ୍‌ଏସ୍‌ ମୁଖ୍ୟ କାର୍ଯ୍ୟାଳୟ ଓ ଦିଲ୍ଲୀ ପୋଲିସ ହେଡକ୍ୱାର୍ଟର।

ବୁଧବାର ଉତ୍ତର ପ୍ରଦେଶ ଓ ଦିଲ୍ଲୀର ୧୬ଟି ସ୍ଥାନରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ଏନ୍‌ଆଇଏ ଆତଙ୍କବାଦ ଆଇଏସ୍‌ଆଇଏସ୍‌ର ସହଯୋଗୀ ସଂଗଠନ ‘ହରକତ୍ ଉଲ ହର୍ବ ଇ ଇସଲାମ୍’ର ପର୍ଦ୍ଦାଫାଶ କରିଛି।

ଉତ୍ତର ଭାରତ ତଥା ରାଜଧାନୀ ଦିଲ୍ଲୀରେ ଏକ ବଡ଼ଧରଣର ବ୍ଲାଷ୍ଟ ପାଇଁ ଯୋଜନା ଚାଲିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନ୍‌ଆଇଏ ଓ ଦିଲ୍ଲୀ ପୋଲିସ ମିଳିତ ସର୍ଚ୍ଚ ଅପରେସନରେ ଆଇଏସ୍‌ଆଇଏସ୍‌ଙ୍କ ଏହି ଯୋଜନାର ପର୍ଦ୍ଦାଫାଶ ହୋଇଛି। ଆତଙ୍କବାଦଙ୍କ ଟାର୍ଗଟେରେ ଥିଲା ଦିଲ୍ଲୀ ଆର୍‌ଏସ୍‌ଏସ୍‌ ମୁଖ୍ୟ କାର୍ଯ୍ୟାଳୟ ଓ ଦିଲ୍ଲୀ ପୋଲିସ ହେଡକ୍ୱାର୍ଟର।

ଏନ୍‌ଆଇଏ ଓ ଦିଲ୍ଲୀ ପୋଲିସ ମିଳିତ ଭାବେ ଉତ୍ତର ପ୍ରଦେଶର ଅମରୋହା, ଦିଲ୍ଲୀର ନ୍ୟୁ ସିଲମପୁର, ଜାଫରାବାଦ ସମେତ ୧୬ଟି ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉରେ ୫ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଥିଲେ। ଦିଲ୍ଲୀର ଜାଫରାବାଦରୁ ଭାରି ମାତ୍ରାରେ ଗୋଳାବାରୁଦ, ଗ୍ରେନେଡ ଲଞ୍ଚର, ୭ଟି ପିସ୍ତଲ ଏବଂ ଜିହାଦୀ କାଗଜପତ୍ର ଜବତ କରିଛି ପୋଲିସ।

ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଲୋକଙ୍କୁ ଯୋଡ଼ିବା ପାଇଁ ‘ହରକତ୍ ଉଲ ହର୍ବ ଇ ଇସଲାମ୍’ କାମ କରୁଥିଲା। ଏହି ସଂଗଠନ ନେଟୱାର୍କିଂ ଜରିଆରେ ସାଧାରଣ ଲୋକଙ୍କୁ ଆତଙ୍କି ସଂଗଠନ ସହ ମିଶିବା ପାଇଁ ପ୍ରବର୍ତ୍ତାଉଥିଲା। ବୁଧବାର ଏନ୍‌ଆଇଏ ଓ ଦିଲ୍ଲୀ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆଇଏସ୍‌ଆଇଏସ୍‌ଙ୍କ ଏହି ସଂଗଠନକୁ ପର୍ଦ୍ଦାଫାଶ କରିଛି।

Comment