ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ରାମଦେବ। କହିଲେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା କହିବା କଷ୍ଟକର।

୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରୁଥିଲେ ଯୋଗଗୁରୁ ବାବା ରାମଦେବ। କିନ୍ତୁ ଚଳିତବର୍ଷ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବହୁମତ ସହ ବିଜୟ ପରେ ଦେଶରେ ରାଜନୈତିକ ସ୍ଥିତି ବଦଳିଯାଇଛି ଏବଂ ତା’ସହ ବଦଳିଯାଇଛି ବାବା ରାମଦେବ ମତାମତ। ଆସନ୍ତା ୨୦୧୯ଲୋକସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ବାବା ରାମଦେବ।

ମଦୂରାଇରେ ଯୋଗଗୁରୁ ବାବା ରାମଦେବ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ମିଡିଆ ସାମ୍ନାରେ ନିଜ ମତାମତ ରଖିଛନ୍ତି। ରାମଦେବ କହିଛନ୍ତି, “ବର୍ତ୍ତମାନ ଦେଶର ରାଜନୀତି ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ତେଣୁ ୨୦୧୯ ଲୋକସଭା ନିର୍ବାଚନରେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ କହିବା କଷ୍ଟକର”

ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ବାବା ରାମଦେବ କାହାକୁ ସମର୍ଥନ କରିବେ ସେନେଇ ମଧ୍ୟ ବୟାନ ରଖିଛନ୍ତି। “ ମୁଁ କାହାକୁ ସମର୍ଥନ କରୁନି କି ବିରୋଧ ବି କରୁନି। ସାମ୍ପ୍ରଦାୟିକ କିମ୍ବା ହିନ୍ଦୁରାଷ୍ଟ୍ର ତିଆରି କରିବା ଆମ ଉଦ୍ଦେଶ୍ୟ ନୁହେଁ। ଆମେ ଏକ ଆଧ୍ୟାତ୍ମିକ ଭାରତ ନିର୍ମାଣ କରିବାକୁ ଚାହୁଁ”, ରାମଦେବ କହିଛନ୍ତି।

LEAVE A REPLY

Please enter your comment!
Please enter your name here