ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସାରାଦେଶରେ ଭଲ ପ୍ରଦର୍ଶନ କରିଥିଲାବେଳେ ଓଡ଼ିଶାବାସୀଙ୍କୁ ବିଜେପି ପ୍ରଭାବିତ କରିପାରିନିା  ଓଡ଼ିଶାରେ ୧୪୬ ବିଧାନସଭା ଆସନରୁ ୧୧୨ ଟି ଆସନରେ ବିଜେଡି ବିଜୟ ମିଳିଥିବା ବେଳେ ବିଜେପିକୁ ୨୩ରେ ସଫଳତା ମିଳିଛି।

୧୧୨ ବିଜୟୀ ଆସନ ମଧ୍ୟରେ ରହିଛି ଖଣ୍ଡପଡ଼ା ବିଧାନସଭା ଆସନା ଏହି ଆସନରୁ ଏଥର ନିର୍ବାଚିତ ହୋଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକା ୨ଥର ସେ ଏହି ଆସନରୁ ନିର୍ବାଚନ ଲଢ଼ିଆସୁଥିଲେ ସୁଧା ପରାଜୟ ହେବାକୁ ପଡ଼ୁଥିଲା, ଏଥର ବିଜେଡି ଟିକେରେ ନିର୍ବାଚନ ଲଢିଥିଲେ ଓ ବହୁ ଭୋଟ ବ୍ୟବଧାନରେ ସେ ବିଜୟ ହୋଇଛନ୍ତି। ଏହି ବିଜୟ ପରେ ସେ କେତେ ଖୁସି ଅଛନ୍ତି ସେ ନେଇ ଓଡ଼ିଶାଲାଇଭ ସହ ଅଧିକ ଆଲୋଚନା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକା

ବିଧାନସଭାରେ ଖଣ୍ଡାପଡ଼ାକୁ ପ୍ରତିନିଧିତ୍ୱ  କରିବା ପାଇଁ ଅନୁରୋଧ କରିଥିଲି

‘‘ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ଖଣ୍ଡପଡ଼ାର ବିଧାନସଭା ପ୍ରାର୍ଥୀ ପାଇଁ ଅନୁରୋଧ କରିଥିଲି। ଅନୁରୋଧ ଥିଲା ଯେ, ମତେ ଥରଟେ ବିଧାନସଭାରେ ଖଣ୍ଡାପଡ଼ାକୁ ପ୍ରତିନିଧିତ୍ୱ  କରିବା ପାଇଁ ସୁଯୋଗ ଦିଆଯାଉା ଦୁଇ ଦୁଇ ଥର ହାରିବା ପରେ ମୁଖ୍ୟମନ୍ତ୍ରୀ ମତେ ଟିକେଟ ଦେଇଥିଲେ ସେଥିପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞ। ଏହାସହିତ ଖଣ୍ଡପଣ୍ଡବାସୀ ମୋତେ ତାଙ୍କ ଭଲପାଇବା ଦେଇଛନ୍ତି।’’, ଜିତିବା ପରେ କହିଛନ୍ତି ସୌମ୍ୟରାଞ୍ଜନ ପଟ୍ଟନାୟକା

ସେ ଆହୁରି କହିଛନ୍ତି, ‘‘ ମୁଁ ଖଣ୍ଡପଡ଼ାବାସୀଙ୍କୁ ଗୋଟିଏ କଥା କହିଥିଲି ଆପଣମାନଙ୍କ ଆଗ୍ରହ ପାଇଁ ମୁଁ ରାଜ୍ୟସଭାରେ ଥାଇ ବି ବିଧାନସଭା ପାଇଁ ଟିକେଟ ମାଗିଥିଲିା ସେ ମତେ ଟିକେଟ ଦେଇଛନ୍ତି, ଏବେ ଆପଣଙ୍କ ଦାୟିତ୍ୱ ଆପଣମାନେ  ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଚମଥର ମୁଖ୍ୟମନ୍ତ୍ରୀ ଗୌରବରେ ଗୌରାବନ୍ୱିତ କରିବୋ ଖଣ୍ଡପଡ଼ାବାସୀ ମୋ କଥା ରଖିଛନ୍ତିା’’।

ସର୍ବାଧିକ ଭୋଟ ବ୍ୟବଧାନରେ ଖଣ୍ଡପଡ଼ାବାସୀ ତାଙ୍କୁ ଜିତାଇଥିବାରୁ ଖଣ୍ଡପଡ଼ାବାସୀଙ୍କୁ  ଧନ୍ୟବାଦ ଜଣାଇଛନ୍ତି ସୌମ୍ୟରଞ୍ଜନା

ବିଜେପି କେନ୍ଦ୍ରରେ ଖୁସି ରହୁ, ଏଠି ଗଣ୍ଡଗୋଳ ନକରୁ

ବିଜୟ ପରେ ବିଜେପିକୁ ଟାର୍ଗେଟ କରି ସୌମ୍ୟରଞ୍ଜନ କହିଛନ୍ତି,‘‘ ବିଜେପି କେନ୍ଦ୍ରରେ ସରକାର ଗଢ଼ିଛିା ସେଇଠି ଖୁସି ହୁଅନ୍ତୁା ଓଡ଼ିଶା ପାଇଁ ଯାହା କରିବା କଥା କରନ୍ତୁା ଏଠି କିଛି ଗଣ୍ଡଗୋଳ, କରନ୍ତୁ ନାହିଁ’’।

ରାଜ୍ୟରେ ବିଜେଡିର ବିଜୟ ଶ୍ରେୟ କେବଳ ନବୀନଙ୍କୁ ହିଁ ଯିବ 

‘‘ବିଜୁ ଜନା ଦଳ ଗୋଟିଏ ବ୍ୟକ୍ତିର ଦଳ। ନବୀନ ପଟ୍ଟନାୟକ ହେଲେ ଦଳର ସର୍ବମାନ୍ୟ ନେତା। ସେ ଏକାକୀ ପ୍ରଚାର କରୁଥିଲୋ ରାଜ୍ୟରେ ବିଜେଡିର ସଫଳତାର ଶ୍ରେୟ ନବୀନଙ୍କୁ ହିଁ ଯିବ ବୋଲି ସେ କହିଛନ୍ତିା ଏଥିରେ ଓଡ଼ିଶାବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ନବୀନଙ୍କୁ ପଞ୍ଚମ ଥର ପାଇଁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତିା ନବୀନ ଆଉ ଓଡ଼ିଶାବାସୀଙ୍କ ହାତ ମିଶିଲା ପରେ ଏହା ଏକ ବୃହତ ବିଜୟରେ ପରିଣତ ହୋଇଛି’’, କହିଛନ୍ତି ସୌମ୍ୟରଞ୍ଜନ।

ସୌମ୍ୟଙ୍କୁ ମିଳିବ କି ମନ୍ତ୍ରୀପଦ

ନବୀନଙ୍କ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳରେ ଏକ ପଦ ମିଳିବ ବୋଲି ଚର୍ଚ୍ଚା ହେବା ପ୍ରସଙ୍ଗରେ କହିଛନ୍ତି,‘‘ମୁଁ ମନ୍ତ୍ରୀପଦ ପାଇଁ ଆଶା ରଖିନିା କୌଣସି ଥିରେ ମୁଁ  ଆଶା ରଖେନିା ଦୁଇଥର ହାରିଲା ପରେ ବି ଦୁଃଖୀ ହୋଇନି କି ଜିତିବା ପରେ ବି ବେଶୀ ଉତ୍ସାହିତ ହେବାକୁ ଚାହଁନିା

ସାଂସଦଙ୍କ ସଂଖ୍ୟା କମିଥିଲେ ବି କିଛି ଫରକ ପଡ଼ିବନି

ରାଜ୍ୟରେ ଏଥର ବିଜେଡି ସାଂସଦଙ୍କ ସଂଖ୍ୟା କମିଛିା ୨୦ରୁ ୧୨ରେ ଏହି ସଂଖ୍ୟା ପହଞ୍ଚିଛିା ହେଲେ ଏହା କିଛି ଫରକ ପକାଇବ ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତିା  ୨୦ ଜଣ ଯାହା କରୁଥିଲେ ୧୨ ଜଣ ସେହି କାମ କରିବେ ଏବଂ ଟକେ ଅଧିକ ପରିଶ୍ରମ କରିବୋ

ମୋଦି ଜାଣିପାରୁନାହାନ୍ତି ଏଠି ମୋଦି ଫ୍ୟାକ୍ଟର କାମ ଦେବନି

ଏଥର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଗସ୍ତ କରିଥିଲୋ ହେଲେ ଓଡ଼ିଶା ଲୋକଙ୍କୁ ଏହା ପ୍ରଭାବ ପକାଇ ପାରିଲାନିା ଏହି ପ୍ରସଙ୍ଗରେ ସେ କହିଛନ୍ତି ମୋଦି ଜାଣିପାରୁନାହନ୍ତି ଏଠି ମୋଦି ଲହର କାମ କରିବନିା ଯେଉଁଠୁ ଦୁଇଜଣଙ୍କ ମଧ୍ୟରେ ଫାଇଟ୍ ହୁଏ ସେଠାରେ ଜଣେ ଜିତିଛନ୍ତି। ଠିକ୍ ସେହିପରି ନବୀନ ମୋଦି ଲଢେଇରେ ନବୀନ ଫ୍ୟାକ୍ଟର କାମ ଦେଇଛି।

Comment