ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଫଳାଫଳର ଦିନ। ସ୍ପଷ୍ଟ ହେବ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ରାଜେନୖତିକ ଭାଗ୍ୟ। ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପାଇଁ ଆରମ୍ଭ ହେବ ଭୋଟ ଗଣତି। ଦେଶର ୫୪୨ ଲୋକସଭା ଆସନ ପାଇଁ ହେବ ଭୋଟ ଗଣତି। ୫୪୨ ଆସନରେ ଅଛନ୍ତି ସମୁଦାୟ ୮ ହଜାରରୁ ଅଧିକ ପ୍ରାର୍ଥୀ। ଏଥିରେ ଓଡ଼ିଶାର ୧୪୬ ବିଧାନସଭା ଆସନରେ ଲଢ଼ିଛନ୍ତି୧୧୨୭ ପ୍ରାର୍ଥୀ। ୨୧ଟି ଲୋକସଭା ଆସନରେ ଅଛନ୍ତି ମୋଟ ୧୭୪ ଜଣ ପ୍ରାର୍ଥୀ।

ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ। ଏଥିପାଇଁ ମତଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବ।

ଗୋଟିଏ କେନ୍ଦ୍ରରେ  ମୋଟ ୧୪ଟି ଟେବୁଲ ରହିଛି।  ୭ଟି ଟେବୁଲରେ ଲୋକସଭା ଓ ୭ଟି ଟେବୁଲରେ ବିଧାନସଭା ଭୋଟ ଗଣତି ହେବ।

ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି, ୩୦ ମିନିଟ ପରେ ଇଭିଏମ ଗଣତି ହେବ। ପୋଷ୍ଟାଲ ବାଲାଟ ଗଣତି ଓ ଇଭିଏମ ଗଣତି ପରେ ଭିଭିପାଟ ଗଣତି ହେବ।

ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଆଉ ଜଣେ ମାଇକ୍ରୋ ଅଭଜରଭର ରହିବେ।

ମୋଟ ଗଣନା କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯିବା ଗଣନା କେନ୍ଦ୍ରକୁ କାଉଣ୍ଟିଂ ଏଜେଣ୍ଟମାନେ କୌଣସି ଇଲେକଟ୍ରୋନିକ ଡିଭାଇସ ନେଇ ଯାଇପାରିବେନି। ଯେମିତିକି ମୋବାଇଲ, ଲ୍ୟାପଟାପ, କ୍ୟାମେରା ନେଇ ଯାଇପାରିବେନି।

ସର୍ବନିମ୍ନ ୧୯ ରାଉଣ୍ଡରେ ସମ୍ବଲପୁର ବିଧାନସଭା ପାଇଁ ପଡ଼ିଥିବା ଭୋଟର ଗଣତି ହେବ।  ପାଟଣାଗଡ଼ ବିଧାନସଭା ଆସନ ପାଇଁ ସର୍ବାଧିକ ୪୯ ରାଉଣ୍ଡରେ ଗଣତି ହେବ।

Comment