ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଚାଲଛି ଦଳ ଡିଆଁ ଓ ମିଶ୍ରଣ ପର୍ବ। ବିଜେପିରୁ ଇସ୍ତଫା ଦେଇଥିବା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏବଂ ବିଜେପି ରାଜ୍ୟ ଉପସଭାପତି ଥିବା ଭୃଗୁ ବକ୍ସିପାତ୍ର ବୁଧବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି।

ଗତ ମାର୍ଚ୍ଚ ୨୯ ତାରିଖରେ ପ୍ରକାଶ ବେହେରା ବିଜେପିରୁ ଇସ୍ତଫା ଦେଇଥିବାବେଳେ ଆଜି ଦଳ ଛାଡ଼ିଥିଲେ ଭୃଗୁ ବକ୍ସିପାକ୍ର। ନିଜ ସମର୍ଥକଙ୍କ ଗହଣରେ ଶଙ୍ଖ ଭବନରେ ପହଞ୍ଚି ପ୍ରକାଶ ବେହେରା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ସେହିପରି ଶତାଧିକ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ ବକ୍ସିପାତ୍ର। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି।

୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢ଼ି ପରାସ୍ତ ହୋଇଥିଲେ ଭୃଗୁ ବକ୍ସିପାତ୍ର। ଚଳିତ ଥର ଲୋକସଭା ଆସନ ଲାଗି ଟିକେଟ ଆଶାୟୀ ଥିଲେ ମଧ୍ୟ ଭୃଗୁଙ୍କ ଟିକେଟ ଦେଇନଥିଲା ଦଳ। ଏପରିକି ବ୍ରହ୍ମପୁର ବିଧାନସଭା ଆସନ ପାଇଁ ମଧ୍ୟ ତାଙ୍କ ନାଁ ଘୋଷଣା ହୋଇନଥିଲା। ଏହାକୁ ନେଇ ଭୃଗୁ ବକ୍ସିପାତ୍ର ବେଶ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ବୁଧବାର ଦିନ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #BhruguBaxipatra #PrakashBehera #BJD #BJP #Odisha #Election

LEAVE A REPLY

Please enter your comment!
Please enter your name here