ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ବୁଧବାର ଦିନ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ବିଧାନସଭା ଆସନ ଲାଗି ବୁଧବାର ସନ୍ଧ୍ୟାରେ ବିଜେଡି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ପରେ ପରେ ବିଧାୟକ ପର୍ଶୁରାମ ଧଡ଼ା ଦଳ ଛାଡ଼ିଥିବା ଘୋଷଣା କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ସୋର ବିଧାନସଭା ଆସନ ଲାଗି ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହି ଆସନରୁ ଟିକେଟ ଆଶାୟୀ ଥିଲେ ପର୍ଶୁରାମ ଧଡ଼ା। ତେବେ ଟିକେଟ ନଦେବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

Tags: #Politics #Odishapolitics #Odisha #BJD #Election #AssemblyElection #GeneralElection2024

Comment