ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ବଲିଉଡର କେତେକ ଜଣାଶୁଣା ଅଭିନେତା ମଇଦାନକୁ ଓହ୍ଲାଇଥିଲୋ ମେ’ ୨୩ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା।

ଫଳାଫଳ ଆସିବା ପରେ ଆସନ୍ତୁ ନଜର ପକାଇବା  ବଲିଉଡର କେଉଁ ନେତା କେଉଁ ଆସନରୁ ବିଜୟ ହାସଲ କରିଛନ୍ତି। ଆଉ କିଏ ପରାଜୟ ବରଣ କରିଛନ୍ତିା

ସନି ଦେଓଲ

ବଲିଉଡ ଅଭିନେତାରୁ ନେତା ହୋଇଥିବା ସନି ଦେଓଲ ନିର୍ବାଚନରେ ବାଜି ମାରି ନେଇଛନ୍ତିା ସେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ ଥିଲେ କଂଗ୍ରେସର ସୁନିଲ ଝାକରା ସନି ୮୨୪୫୯ ଭୋଟରେ ବିଜୟୀ ହୋଇଛନ୍ତିା

ମନୋଜ ତିଓ୍ୱାରୀ

ଅଭିନେତା, ସିଙ୍ଗର ତଥା ନେତା ମନୋଜ ତିଓ୍ୱାରୀ ଉତ୍ତର ପୂର୍ବ ଦିଲ୍ଲୀ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିଥିଲେ ଏହି ଆସନରେ ୭,୮୭,୭୯୯ ଭୋଟରେ ସେ ବିଜୟ ମୁକୁଟ ପିନ୍ଧିଛନ୍ତିା

ତାଙ୍କ ବିପକ୍ଷରେ ଥିଲେ କଂଗ୍ରେସର ଶିୀଲା ଦିକ୍ଷୀତ ଓ ଆପର ଦିଲ୍ଲୀପ ପାଣ୍ଡୋ

ହେମାମାଳିନୀ

ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ହେମାମାଳିନୀ ଉତ୍ତର ପ୍ରଦେଶ ମଥୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲୋ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଆରଏଲଡି ପ୍ରାର୍ଥୀ ନରେନ୍ଦ୍ର ସିଂହା ହେମାମାଳିନୀ ଏଠାରେ ୨.୯ ଲକ୍ଷରେ ଭୋଟରେ ବିଜୟୀ ହୋଇଛନ୍ତିା

କିରଣ ଖେର

ବଲିଉଡ ଷ୍ଟାର କିରଣ ଖେର ବି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେ ଚଣ୍ଡିଗଡ଼ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଛନ୍ତିା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ କଂଗ୍ରେସର ପବନ କୁମାର ବଂଶାଲ। କିରଣ ସେଠାରେ ୪୬୯୭୦ ଭୋଟରେ ବିଜୟୀ ହୋଇଛନ୍ତିା

ରାଜ ବବ୍ବର

ଅଭିନେତା ରାଜ ବବ୍ବର ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢ଼ିଥିଲେ। ଏଥର ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛିା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରାଜକୁମାର ଚହର ତାଙ୍କୁ ହରେଇଛନ୍ତିା

ଜୟପ୍ରଦା

ଅଭିନେତ୍ରୀ ଜୟପ୍ରଦା ମଧ୍ୟ ନିର୍ବାଚନୀ ପରୀକ୍ଷାରେ ଫେଲ ହୋଇଛନ୍ତିା ସେ ଉତ୍ତରପ୍ରଦେଶର ରାମପୁର ଆସନରେ ଏସପି ପ୍ରାର୍ଥୀ ଆଜମ ଖାନଙ୍କଠାରୁ ହାରିଛନ୍ତିା

ଶତ୍ରୁଘ୍ନ ସିହ୍ନା

ବିହାରର ପାଟନା ସାହିବରୁ ଏଥର ନିର୍ବାଚନ ଲଢ଼ିଥଲେ ଶତ୍ରୁଘ୍ନ ସିହ୍ନା। ସେ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ ତାଙ୍କୁ ହରେଇଛନ୍ତିା

ଉର୍ମିଳା ମାତୋଣ୍ଡକର

ମୁମ୍ବାଇ ନର୍ଥ ସିଟରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରା ଏହି ଆସନରେ ବିଜେପି ପ୍ରାର୍ଥୀ ଗୋପାଲ ସେଠୀଙ୍କୁ ହାରିଛନ୍ତିା

ପୁନମ ସିହ୍ନା

ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ବି ଏଥର ଫେଲ ମାରିଛନ୍ତିା ସେ ଲକ୍ଷ୍ନୌ ଆସନରୁ ନିର୍ବାଚନ ଲଢ଼ିଥିଲୋ ତାଙ୍କ ବିପକ୍ଷରେ ଥିଲେ ବିଜେପିର ରାଜନାଥ ସିଂହା

Comment