ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟୁରୋ

ରିଲିଜ୍‌ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର। ଜାନୁଆରୀ ୧୧ରିଲିଜ୍‌ ହେବ ପୁରା ଫିଲ୍ମ।

ବହୁ ପ୍ରତିକ୍ଷିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ୍‌ ହୋଇଛି। ଗୁରୁବାର ମୁମ୍ବାଇରେ ଏହି ଟ୍ରେଲର ଲଞ୍ଚ୍ ହୋଇଛି। ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନି ଉପରେ ଆଧାରିତ। ଦର୍ଶକ ଅଭିନେତା ଅନୁପମ ଖେର୍‌ଙ୍କୁ ଏହି ଫିଲ୍ମରେ ମନମୋହନ ସିଂହଙ୍କ ଭୁମିକାରେ ଦେଖିବାକୁ ପାଇବେ।

ବିଜୟ ରତ୍ନାକର ଗୁଟ୍ଟେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଅନୁପମ ଖେର୍‌ଙ୍କୁ ଛାଡ଼ିଲେ ଫିଲ୍ମରେ ଅକ୍ଷୟ ଖନ୍ନାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ରେ ଅକ୍ଷୟ ଖନ୍ନା ସଂଜୟ ବାରୁଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସଂଜୟ ବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମିଡିଆ ଉପଦେଷ୍ଟା ଥିଲେ।

୨ମିନିଟ୍‌ ୪୩ ସେକେଣ୍ଡ ବିଶିଷ୍ଟ ଏହି ଟ୍ରେଲରରେ ଅନୁପମ ଖେର୍‌ ନିଖୁଣ ଭାବେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଜାନୁଆରୀ ୧୧ରେ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ବଡ଼ ପରଦାରେ ରିଲିଜ୍‌ ହେବ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଫିଲ୍ମ ରିଲିଜ୍‌ ହେବା ନେଇ ରାଜନୈତିକ କ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି।

Comment