ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଖରାପ ରହିଛି। ତାଙ୍କୁ ଦିଲ୍ଲୀସ୍ଥିତ AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି।

ବଲିଉଡ ଅଭିନେତା ଅନୁପମ ଖେର ଏ ଖବର ଜାଣିବା ପରେ ଉଦବେଗ ପ୍ରକାଶ କରିଛନ୍ତି। ମନମୋହନ ସିଂ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ସୋସିଆଲ ମିଡିଆରେ ଅନୁପମ କାମନା କରିଛନ୍ତି।

‘‘ମୁଁ ପ୍ରଭୁ ନିକଟରେ ପ୍ରାର୍ଥନା କରୁଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜୀ ଶୀଘ୍ର ସୁସ୍ଥ ହୋଇ ତାଙ୍କ ଘରକୁ ଫେରିଯାଆନ୍ତୁ’’, ଟୁଇଟରେ ଲେଖିଛନ୍ତି ଅନୁପମ।

ଅନୁପମ ମନମୋହନ ସିଂଙ୍କ ରାଜନୀତିକ ଜୀବନ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରେ କାମ କରିଥଲେ। ଅନୁପମ ଖେର ନିଜେ ଏହି ଫିଲ୍ମରେ ଡକ୍ଟର ମନମୋହନ ସିଂ ଭୂମିକାରେ ଅଭିନୟ କରିଥିଲେ।

Comment