ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ୭୩ତମ ବାର୍ଷିକ ସମ୍ମିଳନୀ ତଥା ପ୍ଲାଟିନମ୍ ଜୁବୁଲି ସମାରୋହ ପାଳିତ ହୋଇଛି।
ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ୭୩ତମ ବାର୍ଷିକ ସମ୍ମିଳନୀ ତଥା ପ୍ଲାଟିନମ୍ ଜୁବୁଲିର ସମାରୋହ ପାଳିତ ହୋଇଛି। ଭୁବନେଶ୍ୱରର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିଥିଲା। ସଂଘର ସଭାପତି ଇଂ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
୧୯୪୪ ମସିହାରୁ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ଗଠିତ ହୋଇଥିଲା। ଚଳିତବର୍ଷ ହେଇଛି ସଂଘକ ପ୍ଲାଟିନମ୍ ଜୁବୁଲି ବର୍ଷ । ସଂଘ ୭୫ବର୍ଷ ପୁରାକରି ୭୬ ବର୍ଷରେ ପଦାର୍ପଣ କରିଛି ବୋଲି ସଂଘର ସାଧାରଣ ସମ୍ପାଦକ ଇଂ ସଚିତ୍ର ମୋହନ ରାଉଳ କହିଥିଲେ।

ସଂଘର ଦୀର୍ଘ ଦିନର ମୌଳିକ ଦାବି, ନିଯୁକ୍ତି ପଦବୀକୁ ଦ୍ୱିତୀୟ ଶ୍ରେଣୀ ମାନ୍ୟତା, ପଦୋନ୍ନତି ହାର ପଚାଶ ଭାଗକୁ ବୃଦ୍ଧି ଓ ଚାରି ସ୍ତରୀୟ ଏମ୍ଏସିପି ବ୍ୟବସ୍ଥା ଦିଗରେ ସମ୍ମିଳନୀରେ ଆଲୋଚନା ହୋଇଥିଲା।
“ରାଜ୍ୟର ଆଠ ହଜାର ଡିପ୍ଲୋମା ଇଂଜିନିୟରମାନଙ୍କ ନ୍ୟାଯ୍ୟ ଦାବି ସରକାରଙ୍କ ବିଚାରରେ ରହିଛି। ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ”, ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।
ସମ୍ମିଳନୀରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା, ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ମହେଶ ସାହୁ ଓ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।















