ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରସରକାର ତାଙ୍କ କର୍ମଚାରୀମାନଙ୍କୁ ନୂଆବର୍ଷ ପୂର୍ବରୁ ଏକ ବଡ଼ ଉପହାର ଦେଇଛନ୍ତି। ଏଣିକି ମହିଳାଙ୍କ ପରି ପୁରୁଷ କର୍ମଚାରୀଙ୍କୁ ଶିଶୁଙ୍କ ଯତ୍ନ ପାଇଁ ଛୁଟି ମିଳିବ। ଏହା କେବଳ କେନ୍ଦ୍ରସରାକାରଙ୍କ ଅଧିନରେ ଚାକିରୀ କରୁଥିବା ସିଙ୍ଗଲ ପେରେଣ୍ଟସ୍ଙ୍କୁ ମିଳିବ।
କେତେ ବେଳେ ନେଇ ପାରିବେ ଜଣେ ପୁରୁଷ କର୍ମଚାରୀ ଏହି ଛୁଟି ?
୧-ଯଦି ଶିଶୁଟି ସମ୍ପୁର୍ଣ୍ଣ ବାପାଙ୍କ ଉପରେ ନିର୍ଭରଶୀଳ ଥିବ
୨-କର୍ମଚାରୀଙ୍କ ପତ୍ନୀ ପ୍ରାଣ ହରାଇଥିଲେ
୩- ପତ୍ନୀଙ୍କ ସହ ଛାଡପତ୍ର ହୋଇଥିଲେ
୪-ଅବିବାହିତ କର୍ମଚାରୀ ଶିଶୁ ଆଡପ୍ଟ କରିଥିଲେ
ଉପରୋକ୍ତ ପରିସ୍ଥିତିରେ ଜଣେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀ ୭୩୦ଦିନ ଛୁଟି ନେଇପାରିବେ। ଏହି ଛୁଟି ଚାଇଲ୍ଡ କେୟାର ଲିଭ୍ (ସିସିଏଲ) ଭିତରେ ଆସୁଛି। ଏହାକୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ପରେ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ଯଦି ଜଣେ କର୍ମଚାରୀ ସିଙ୍ଗଲ ପେରେଣ୍ଟସ୍ ଛୁଟି ନେଉଛନ୍ତି ତେବେ ତାଙ୍କୁ ପ୍ରଥମ ୩୬୫ଦିନ ଛୁଟିର ଦରମା ୧୦୦ପ୍ରତିଶତ ମିଳିବ। ତାପରେ ଯେଉଁ ୩୬୫ଦିନ ରହିଲା ତାହାର ଦରମା ୮୦ ପ୍ରତିଶତ ହିସାବରେ ମିଳିବ।
ତେବେ ଏହି ନିୟମ ଆସିବା ପରେ ଯେଉଁ ଧାରଣା ଥିଲା କି ମା’ହିଁ କେବଳ ପିଲାର ଯତ୍ନ ନେଇପାରିବ ତାହା ବଦଳିବ ଏବଂ ନିଶ୍ଚିତ ଭାବେ କେନ୍ଦ୍ରସରକାରଙ୍କର ଏହା ଏକ ଭଲ ପଦକ୍ଷେପ।
















