ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ରହିବା ପାଇଁ ବ୍ୟବହାର କରନ୍ତୁ ଏଲୋଭେରା।ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଜାଣନ୍ତୁ ଏଲୋଭେରାକୁ ବ୍ୟବହାର କରି ଶରୀରକୁ କିପରି ସୁସ୍ଥ ରଖିବେ।

ଏଲୋଭେରା ବା ଘିକୁଆଁରୀରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆମିନୋଏସିଡ୍, ଆଇରନ୍, ପଟାସିୟମ୍, କ୍ୟାଲ୍‌ସିୟମ୍ ତଥା ଭିଟାମିନ୍ ବି, ସି, ଇ ଓ ଫଲିକ୍ ଏସିଡ୍ ପ୍ରଚୁର ପରିମାଣରେ ରହିଛି। ଯାହାକି ଆମ ଶରୀରର ବିଭିନ୍ନ ରୋଗକୁ ଭଲ କରିବାର କ୍ଷମତା ରଖିଛି। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ।

ମୂଖ ବ୍ରଣ ଦୂର କରେ

ସାଧାରଣତଃ ଯୁବପିଢ଼ିଙ୍କ ଠାରେ ମୂଖ ବ୍ରଣ ସମସ୍ୟା ଦେଖା ଦିଏ। ଏଲୋଭେରା ଜୁସ୍ ପିଇବା ଦ୍ୱାରା ବ୍ରଣ ଭଲ ହେବା ସହ ତ୍ୱଚା କୋମଳ ରହିଥାଏ। ମୁହଁରେ ଏଲୋଭେରା ଜେଲ୍‌ ଲଗାଇଲେ ତ୍ୱଚା ଉଜ୍ୱଳ ଦିଶିଥାଏ।

ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ

ଡାଇବେଟିସ ରୋଗୀଙ୍କ ପାଇଁ ଏଲୋଭେରା ଅତି ଉପକାରୀ। ଏହାର ଜୁସ୍ ପିଇଲେ ରକ୍ତରେ ଶର୍କରା ନିୟନ୍ତ୍ରିତ ରହିଥାଏ। ଏହା କିଡ୍‌ନୀ ଓ ଲିଭର ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟ୍ରୋଲ କମ୍ କରିଥାଏ। ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏଲୋଭେରା ଜୁସ୍ ବରଦାନ ସଦୃଶ।

ଚୁଟି ଝଡ଼ିବା ଦୂର କରେ

ଆଜିକାଲି କମ୍ ବୟସରୁ ଅଧିକାଂଶଙ୍କ ଠାରେ ଚୁଟି ଝଡ଼ିବା ସମସ୍ୟା ଦେଖାଦେଉଛି। ଚୁଟି ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଏଲୋଭେରା ବ୍ୟବହାର କରିପାରିବା। ଏହା କେଶ ପାଇଁ ଅନେକ ଉପକାରୀ। ମୁଣ୍ଡରେ ରୁପି ହୋଇଥିଲେ ମଧ୍ୟ ଏହା ଦ୍ୱାରା ଉପକାର ମିଳିବ।

ମୋଟାପଣ କମାଏ

ଏଲୋଭେରା ଖଇବା ଦ୍ୱାରା ଶରୀରର ମୋଟାପଣ କମିଥାଏ। ସାଧାରଣତଃ ମୋଟାପଣ ପାଇଁ କସରତ ବା ଡାଏଟିଂ କରିଥାନ୍ତି। ତେବେ ଏଲୋଭେରାରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାରେ ସାହାଯ୍ୟ କରିଥାଏ।

ଦାନ୍ତ ସମସ୍ୟା ଦୂର କରେ

ଏଲୋଭେରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥିବାରୁ ଦାନ୍ତରେ ହେଉଥିବା ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏଲୋଭେରା ଜୁସ୍ ପିଇଲେ ଦାନ୍ତ ମୂଳ ଦରଜ, ଦାନ୍ତ ବିନ୍ଧିବା, ପୋକ ଖାଇବା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

କୋଷ୍ଠକାଠିନ୍ୟ ଦୂର କରେ

ଏଲୋଭେରା ଜୁସ୍ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଶରୀରର ପାଚନ ସମସ୍ୟାର ସମାଧାନ କରିଥାଏ ଏଲୋଭେରା ଜୁସ୍।

Comment