ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ରାଏଲ ବିରୋଧୀ କାର୍ଯ୍ୟ କରୁଥିବାରୁ ଆମେରିକା ଓ ଇସ୍ରାଏଲ ୟୁନେସ୍କୋଠାରୁ ଅଲଗା ହୋଇଛି।

ସଂଯୁକ୍ତ ରାଷ୍ଟ୍ର ଶୈକ୍ଷଣିକ,ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ(ୟୁନେସ୍କୋ)ଠାରୁ ଅଲଗା ହୋଇଛନ୍ତି ଆମେରିକା ଓ ଇସ୍ରାଏଲ। ସଂଯୁକ୍ତ ରାଷ୍ଟ୍ରର ଏହି  ସାଂସ୍କୃତିକ ସଂସ୍ଥା ଇସ୍ରାଏଲ ବିରୋଧୀ କାମ କରୁଥିବାରୁ ଆମେରିକା ଏହି ନିଷ୍ପତି ନେଇଛି।

ଏହି ନିର୍ଣ୍ଣୟ ଅଚାନକ ନିଆଯାଇ ନାହିଁ। ୨୦୧୭ ଡିସେମ୍ବରରେ ୟୁନେସ୍କୋଠାରୁ ଅଲଗା ହେବା ପାଇଁ ଆମେରିକା ଆବେଦନ କରିଥିଲା। ବୁଧବାର ଆମେରିକା ୟୁନେସ୍କୋ ଠାରୁ ଅଲଗା ହୋଇଛି।

ୟୁନେସ୍କୋଠାରୁ ଅଲଗା ହେବା ପରେ ଆମେରିକା ସଂଯୁକ୍ତ ରାଷ୍ଟ୍ରର ଅନ୍ୟ ଏଜେନ୍ସିରୁ ମଧ୍ୟ ବାହାରି ଯିବାକୁ ଚେତାବନୀ ଦେଇଛି।

୧୯୪୬ ମସିହାରେ ଦ୍ୱିତୟୀ ଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ୟୁନେସ୍କୋ ପ୍ରତିଷ୍ଠା କରାଯାଇଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁନେସ୍କୋ ଠାରୁ ଅଲଗା ହେବା ପାଇଁ ଆଦେବନ କରିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ମଧ୍ୟ ୟୁନେସ୍କୋ ଠାରୁ ଅଲଗା ହୋଇଛନ୍ତି।

Comment