ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଜୟଦବ ଭବନରେ ନବମ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା।

“ମନୁଷ୍ୟର ଆବଶ୍ୟକତା କମ୍ ହେଲେ ସବୁକିଛି ସନ୍ତୁଳିତ ହୋଇଯିବ। ଏହାକୁ ଗାନ୍ଧିଜୀ ମାନୁଥିଲେ। ତାଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ଥିଲେ ରାଜକିଶୋର ନାୟକ। ସମସ୍ତ ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍‌”, କହିଛନ୍ତି ପଦ୍ମଭୂଷଣ ଚଣ୍ଡିପ୍ରସାଦ ଭଟ୍ଟ।

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ନବମ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି ବକ୍ତୃତାରେ ‘ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧିଜୀଙ୍କ ସ୍ୱପ୍ନର ସ୍ୱରାଜ’

ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଭୂଷଣ ଚଣ୍ଡିପ୍ରସାଦ ଭଟ୍ଟ ଯୋଗଦେଇ ଗାନ୍ଧିଜୀଙ୍କ ପଥକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।

“ନାରୀ ଶସକ୍ତିକରଣର ପ୍ରକୃତ ବାର୍ତ୍ତାବହ ଥିଲେ ଗାନ୍ଧିଜୀ। ନାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଗାନ୍ଧିଜୀ ସବୁବେଳେ ଚାହୁଁଥିଲେ। ବିଧବା ନାରୀଙ୍କ ଦ୍ୱିତୀୟ ବିବାହକୁ ଗାନ୍ଧିଜୀ ପ୍ରୋତ୍ସାହନ ଦେଉଥିଲେ”, କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଲେଖିକା ତଥା ସମାଜସେବୀ ଡକ୍ଟର ସୁଜାତା ଚୌଧୁରୀ।

ସେ ଆହୁରି କହିଥିଲେ ଯେ ଗାନ୍ଧିଜୀଙ୍କୁ ଯେତେବେଳେ ପଚରାଯାଇଥିଲା କି ଜଣେ ବିଧବାର ଦ୍ୱିତୀୟ ବିବାହ କରିବାର ବୟସ ସୀମା କେତେ? ଗାନ୍ଧିଜୀ ଏହି ପ୍ରଶ୍ନର ତତକ୍ଷଣାତ୍ ଉତ୍ତର ଦେଇ କହିଥିଲେ କି ଠିକ୍‌ ସେତିକି ଯାହା ଦ୍ୱିତୀୟ ବିବାହ କରୁଥିବା ପୁରୁଷର ବୟସ ସୀମା, କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ଲେଖିକା ତଥା ସମାଜ ସେବୀ ଡକ୍ଟର ସୁଜାତା ଚୌଧୁରୀ।

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଥିଲା ଏକ ରାଜନୈତିକ ଆନ୍ଦୋଳନ। ସେତେବେଳେ ଏହା ଏକ ଆଦର୍ଶବାଦ ଆନ୍ଦୋଳନରେ ପରିଣତ ହୋଇଥିଲା। ଯେଉଁମାନେ ଏହି ସଂଗ୍ରାମରେ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସ୍ୱାଧୀନ କରିଥିଲେ ଭାରତ ପାଇଁ ସେମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଥିଲା ଭିନ୍ନ।

ଦେଶ ସ୍ୱାଧୀନ ହେବା ପରେ ଭାରତ ବିକଶିତ ହେବ ବୋଲି ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱପ୍ନ ଦେଖିଥିଲେ। ସେହିଭଳି ଜଣେ ନେତା ଥିଲେ ରାଜକିଶୋର ନାୟକ। ରାଜକିଶୋର ନାୟକ ପାଟକୁରାର ଗାନ୍ଧି ଭାବେ ବେଶ୍ ଜଣାଶୁଣା ଥିଲେ।

ସମ୍ମାନିତ ଅତିଥି ଭାବେ ପଦ୍ମ ବିଭୂଷଣ ସିତାକାନ୍ତ ମହାପାତ୍ର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନିଚରଣ ପଟ୍ଟନାୟକ, ପ୍ରଫେସର ଅଭିରାମ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ, ଧନ୍ୟବାଦ ଅର୍ପଣ କରିଥିଲେ ନିରଞ୍ଜନ ପଣ୍ଡା।ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

Comment