ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତତ୍‌ପରତା ଦେଖାଇଛି। ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଖୁବ୍‌ଶୀଘ୍ର ହାଇକୋର୍ଟ ଯିବ।

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ  ଖୁବ୍‌ଶୀଘ୍ର ହାଇକୋର୍ଟଙ୍କ ଦ୍ଵାରସ୍ତ ହେବ କ୍ରାଇମବ୍ରାଞ୍ଚ। ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ନେଇ ହାଇକୋର୍ଟଙ୍କ ନିକଟକୁ ଯିବ। ଏନେଇ ଆଡଭୋକେଟ୍ ଜେନେରାଲଙ୍କ ସହ ପରାମର୍ଶ ଚାଲିଛି। ଆଇନଗତ ପରିଚାଳନା ପାଇଁ ସ୍ଵତନ୍ତ୍ର କାଉନସିଲ ନିଯୁକ୍ତି କରାଯିବ ଓ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

କ୍ରାଇମବ୍ରାଞ୍ଚର ନିକଟରେ ଯଦି ପ୍ରମାଣ ଥିଲା ତେବେ ତଳକୋର୍ଟରେ କେସ୍‌ କିପରି ହାରିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ନିକଟରେ ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ୨ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। କୋର୍ଟଙ୍କ ଏହି ରାୟ ପରେ ରାଜ୍ୟ ରାଜନୀତି ଜୋର ଧରିଥିଲା।

ଏହାପରେ ପ୍ରଦୀପ ମହାରଥୀ ଦେଇଥିବା ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା। କୋର୍ଟଙ୍କ ଶୁଣାଣି ପରେ ‘କ୍ଷୀର କ୍ଷୀର ଓ ପାଣି ପାଣି ହୋଇଯାଇଛି’ କହିଥିଲେ ମହାରଥୀ। ସେ ଆହୁରି କହିଥିଲେ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନାହିଁ ବରଂ କ୍ରାଇମ୍‌ବ୍ରାଞ୍ଚର ଅଯୋଗ୍ୟତାରୁ ଅପରାଧୀମାନେ ଖସିଯାଇଛନ୍ତି।

Comment