ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ମାଟିରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ବିଜୟ ପରେ ଦଳକୁ ନେଇ ଚର୍ଚ୍ଚା ଲାଗି ରହିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ କ୍ୟାପଟେନ ଇମରାନ ଖାନ ଅଷ୍ଟ୍ରେଲିଆରେ ଭାରତର ବିଜୟ ପରେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଇମରାନ ଟୁଇଟ୍‌ କରି ଅଧିନାୟକ ବିରାଟ କୋହଲି ଓ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଇମରାନଙ୍କ ପୂର୍ବରୁ ପାକିସ୍ତାନୀ ଖେଳାଳି ଶୋଏବ ଅଖତର ମଧ୍ୟ ଭାରତୀୟ ଦଳକୁ ଟୁଇଟର ଜରିଆରେ ଶୁଭକାମନା ଜଣାଇଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବିଜୟ ହାସଲ କରିଥିଲା।

ଆଡିଲେଡ ଓ ମେଲବର୍ଣ୍ଣ ମ୍ୟାଚରେ ଭାରତ ଜିତି ଥିଲାବେଳେ ପର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଶେଷ ମ୍ୟାଚ ସିଡନୀଠାରେ ବର୍ଷା କାରଣରୁ ଡ୍ର ରହିଥିଲା। ଭାରତ ଏହି ସିରିଜ ୨-୧ରେ ଆଗୁଆ ରହି ସିରିଜ ବିଜୟୀ ହୋଇଥିଲା।

ଏହି ବିଜୟ ଭାରତ ପାଇଁ ସାଧାରଣ ବିଜୟ ନଥିଲା। ଭାରତ ପାଇଁ ଏହା ହେଉଛି ଏକ ଐତିହାସିକ ବିଜୟ। ଦୀର୍ଘ ୭୨ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ଏହି ବିଜୟ ହାସଲ କରିଛି।  ୧୯୪୭ ମସିହାରେ ଭାରତ ପ୍ରଥମ ଥର କରି ଅଷ୍ଟ୍ରେଲିଆ ଗସ୍ତ କରି ଟେଷ୍ଟ ସିରିଜ ଖେଳିଥିଲା। ସେହି ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ତା’ ପରଠାରୁ ଭାରତ ଅଷ୍ଟ୍ରେଲିଆରେ କୌଣସି ମ୍ୟାଚରେ ବିଜୟୀ ହୋଇନଥିଲା।

Comment