ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପିଲାଙ୍କ ରୋଜଗାରର ୫ରୁ ୧୦ ପ୍ରତିଶତ ଟଙ୍କା ବାପା ମା’ଙ୍କ ଆକାଉଣ୍ଟରେ ଜମା ହେବ।  ନେପାଳ ସରକାର ଖୁବ ଶୀଘ୍ର ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା କହିଛନ୍ତି କି ବରିଷ୍ଠ ନାଗରିକ ଆଇନ ୨୦୦୬ରେ ଥିବା କିଛି ନିୟମରେ ପରିବର୍ତ୍ତନ ପାଇଁ ଏକ ବିଲ ଆଗତ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ସେ ଆହୁରି କହିଛନ୍ତି,” ପିଲାମାନେ ଅଧିକ ଟଙ୍କା ରୋଜଗାର କରିବି ବାପା ମା’ଙ୍କୁ ଅଣଦେଖା କରୁଛନ୍ତି। ଏ ନେଇ କେବଳ ଆଇନ ଅଣାଯିବନି ବରଂ ଏହାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ତା ଉପରେ ଧ୍ୟାନ ଦିଆଯିବ।”

ବରିଷ୍ଠ ନାଗରିକ ଆଇନ ୨୦୦୬ ଅନୁସାରେ ୬୦ରୁ ଅଧିକ ବୟସର ଲୋକଙ୍କୁ ବରିଷ୍ଠ ନାଗରିକ ଭାବେ ବିବେଚନା କରାଯାଇଥାଏ। ଯେଉଁଥିରେ ଏବେ ଆର୍ଥିକ ବ୍ୟବସ୍ଥା ଯୋଡା ହେବାକୁ ଯାଉଛି। ସଂସଦରେ ବିଲ ପାରିତ ହେବାପରେ ଏହା କାର୍ଯ୍ୟକ୍ଷମ ହେବ।

ଏହି ନିମୟ ଆସିଲେ ଯେଉଁ ବାପା ମା’ମାନେ ବୃଦ୍ଧ ବୃଦ୍ଧା ବୟସରେ ହଇରାଣ ହେଉଛନ୍ତି, କଷ୍ଟ ପାଉଛନ୍ତି ତାହା ହେବନାହିଁ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here