ଓଡ଼ିଶାଲାଇଭ୍ ବ୍ୟୁରୋ

ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଜଷ୍ଟିସ ୟୁ ୟୁ ଲଳିତଙ୍କ ନିଯୁକ୍ତି ସମ୍ପର୍କରେ ବୁଧବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଅଗଷ୍ଟ ୨୭ ତାରିଖରେ ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ସେ ଶପଥ ନେବେ।

ଆସନ୍ତା ଅଗଷ୍ଟ ୨୬ ତାରିଖରେ ସୁପ୍ରିୟକୋର୍ଟ ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏନ ଭି ରମଣା ୟୁ ୟୁ ଲଲିତଙ୍କ ନାଁ ଏହି ପଦବୀ ପାଇଁ ପୂର୍ବରୁ ସୁପାରିଶ କରିଥିଲେ। ଏନ ଭି ରମଣା ଅବସର ନେବା ପରଦିନ ଅଗଷ୍ଟ ୨୭ ତାରିଖରେ ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ୟୁ ୟୁ ଲଳିତ। ସେ ମାତ୍ର ୭୪ ଦିନ ପାଇଁ ଏହି ପଦବୀରେ ରହିବେ। ଆସନ୍ତା ନଭେମ୍ବର ୮ ତାରିଖରେ ସେ ଅବସର ନେବେ ବୋଲି ଜଣାପଡ଼ିଛି।

Tags: #Court #SupremeCourt #Justice #ChiefJustice #UULalit #Law

Comment