ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଲଢ଼ି ନୁହେଁ ପରଦା ପଛରେ ରହି ଏକ ଦକ୍ଷ ରାଜନେତାଙ୍କ କାମ କରିଥାନ୍ତି ପ୍ରିୟଙ୍କା ଗାନ୍ଧି। ଶନିବାର ତାଙ୍କ ଜନ୍ମଦିନ। ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କ ଜଡ଼ିତ କିଛି ଖାସ୍‌ କଥା।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ପ୍ରମୁଖ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ଆଜି ହେଉଛି ଜନ୍ମଦିନ। ପ୍ରିୟଙ୍କା ଗାନ୍ଧି ୧୯୭୨ ମସିହା ଜାନୁଆରୀ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ୪୭ ବର୍ଷରେ ପଦାର୍ପଣ କରିଛନ୍ତି ସେ। ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କ ଜଡ଼ିତ କିଛି ଖାସ୍‌ କଥା,

ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ି ନାହାନ୍ତି, କିନ୍ତୁ ନିର୍ବାଚନରେ କଂଗ୍ରେସ ଦଳର ବିଜୟ ପଛର ନାୟିକା ଭାବେ ତାଙ୍କୁ ଗଣାଯାଏ। ସେ ପରଦା ପଛରେ ରହି ଏକ ଦକ୍ଷ ରାଜନେତାଙ୍କ ଭଳି କାମ କରିଥାନ୍ତି।

୨୦୧୮ରେ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ଶିଦ ପ୍ରିୟଙ୍କାଙ୍କୁ ଗେମ ଚେଞ୍ଜରର ଆଖ୍ୟା ଦେଇଥିଲେ। ପାର୍ଟି ଭିତରେ ରହି ପ୍ରିୟଙ୍କା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଏହା କଂଗ୍ରେସ ପାର୍ଟି ସ୍ୱୀକାର କରିଥିଲା।

ସୋନିଆ ଓ ରାହୁଲଙ୍କ ସଂସଦୀୟ କ୍ଷେତ୍ର ରାୟବରେଲି ଓ ଅମେଠି ସ୍ଥାନରେ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ପ୍ରଚାର କରିଥାନ୍ତି। ଲୋକମାନଙ୍କ ଉପରେ ଏହାର ଭଲ ମଧ୍ୟ ପ୍ରଭାବ ପଡ଼ିଥାଏ। ପ୍ରଚାରରେ ପ୍ରିୟଙ୍କା ମୁଖ୍ୟତଃ ଗରିବ ଓ ମହିଳାମାନଙ୍କ ପାଖକୁ ଯା’ନ୍ତି ଓ କଂଗ୍ରେସ ଦଳପ୍ରତି ଲୋକମାନଙ୍କର ଭରଷା ଲାଭ କରିଥାନ୍ତି।

୨୦୧୨ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ରାୟବରେଲି ଓ ଅମେଠି ସ୍ଥାନରେ ନିର୍ବାଚନ ପ୍ରଚାର କରିଥିଲେ। ବହୁ କଂଗ୍ରେସ ନେତାଙ୍କ କହିବା କଥା, ପ୍ରିୟଙ୍କାଙ୍କ ଭିତରେ ଏକ ନାଚୁରାଲ ଲିଡର ହେବାର ଗୁଣ ରହିଛି।

୧୯୯୭ ମସିହାରେ ରୋବର୍ଟ ଭଦ୍ରାଙ୍କ ସହ ପ୍ରିୟଙ୍କା ବିବାହ କରିଥିଲେ। ବିଭିନ୍ନ ନିର୍ବାଚନୀ ପ୍ରଚାରରେ ପ୍ରିୟଙ୍କା ସହ ରୋବର୍ଟ ଭଦ୍ରା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ପ୍ରିୟଙ୍କା ଦୁଇଟି ସନ୍ତାନର ମା ଅଟନ୍ତି।

Comment