ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ମହିଳା କଂଗ୍ରେସ ଅଧ୍ୟକ୍ଷା ଲତିକା ସୁଭାଷ, ଦଳରୁ ଟିକେଟ୍ ନମିଳିବାରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାସହିତ ତିରୁବନନ୍ତପୁରମ ସ୍ଥିତ ପାର୍ଟି ଅଫିସ ସମ୍ମୁଖରେ ଲଣ୍ଡା ହୋଇଛନ୍ତି। ଏପ୍ରିଲ ୬ରେ କେରଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ପକ୍ଷରୁ ରବିବାର ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଲିତିକା ସୁବାଷଙ୍କ ନାଁ ନଥିବାରୁ ସେ ଅଭିନବ ଉପାୟରେ ଲଣ୍ଡା ହୋଇ ପ୍ରତିବାଦ କରିଛନ୍ତି।

୨୦୧୮ ମସିହାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଲତିକା ସୁବାଷଙ୍କୁ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଭାବେ ନିଯୁକ୍ତି କରିଥିଲେ। ସେ ଇଟୁମାନୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ରବିବାର, ନୂଆଦିଲ୍ଲୀଠାରେ ପାର୍ଟିର ମୁଖ୍ୟ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। କିନ୍ତୁ ଏହି ତାଲିକାରେ ଲତିକାଙ୍କ ନାମ ନଥିବାରୁ, ସେ ଦଳରୁ ଇସ୍ତଫା ଦେଇଛନ୍ତି। ଆଗକୁ ସେ କୌଣସି ଦଳରେ ସାମିଲ ନହୋଇ, ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି।

Comment